କନକ ବ୍ୟୁରୋ : ହମାସ, ହିଜବୁଲ୍ଲା ପରେ ଏବେ ଟାର୍ଗେଟରେ ୟେମେନ ସମର୍ଥିତ ହୌତୀ ଆତଙ୍କୀ ସଂଗଠନ। ରବିବାର ଆଇଡିଏଫ ପକ୍ଷରୁ ୟେମେନରେ ରହିଥିବା ହୌତୀ ଆତଙ୍କୀ ସଂଗଠନର ବିଭିନ୍ନ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ।
ହୌତୀ ଉପରେ ଇସ୍ରାଏଲର ଆକ୍ରମଣରେ ଅତିକମରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଆତଙ୍କୀଙ୍କ ଯୁଦ୍ଧ ବିମାନ ସମେତ ପାୱାର ପ୍ଲାଣ୍ଟ ଏବଂ ୟେମେନର ରସ ଇସା ଏବଂ ହୋଡିଡାହ ସମୁଦ୍ର ବନ୍ଦର ଉପରେ ମଧ୍ୟ ଆକ୍ରମଣ କରିଛି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ। ସେପଟେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଏସବୁ ମଧ୍ୟ ଲେବାନନ ଇସ୍ରାଏଲ ସହ ଅସ୍ତ୍ରବିରତି ପାଇଁ କୁଟନୈତିକ ସ୍ତରରେ ପ୍ରୟାସ ଆରମ୍ଭ କରିଛି । ଲେବାନନର ସୂଚନା ମନ୍ତ୍ରୀ ଜିଆଦ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଲେବାନନ୍ ସରକାର ଅସ୍ତ୍ରବିରତି ପାଇଁ ରାଜି ଅଛନ୍ତି । ଏହା ଉପରେ ବିଚାର କରାଯିବା ଉଚିତ୍ । ସେପଟେ ନିଜ ଜିଦରେ ଅଟଳ ରହିଛି ଇସ୍ରାଏଲ । ଆତଙ୍କୀଙ୍କ ସମୂଳେ ବିନାଶ ନହେବା ଯାଏ ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି ଇସ୍ରାଏଲ । ଗତ ଦୁଇ ସପ୍ତାହ ମଧ୍ୟରେ ଲେବାନନରେ ଇସ୍ରାଏଲର ଆକ୍ରମଣ ଜୋରଦାର ହୋଇଛି । ଏହି ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଦେଶ ଛାଡ଼ି ପଳାୟନ କରୁଛନ୍ତି ।
ସାମ୍ନାକୁ ଆସିଲା ଇସ୍ରାଇଲ ଆକ୍ରମଣର ଭିତିରି ପ୍ଲାନ
ଆକ୍ରମଣ ପାଇଁ ବ୍ୟବହାର କରିଥିଲା ୯୦୦ କିଲୋ ବୋମା
ହିଜବୁଲ୍ଲା ଉପରେ ଆକ୍ରମଣ ପାଇଁ ଆମେରିକୀୟ ଦେଇଥିଲା ବୋମା--
ହମାସ, ହିଜବୁଲ୍ଲା ପରେ ଇସ୍ରାଏଲ ଟାର୍ଗେଟରେ ହୌତୀ
ୟେମେନ ସମର୍ଥିତ ହୌତୀ ଆତଙ୍କୀ ସଂଗଠନ ଉପରେ ଆକ୍ରମଣ
ସଂଗଠନର ବିଭିନ୍ନ ଠିକଣା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍
ଏୟାର ଷ୍ଟ୍ରାଇକରେ ୪ଜଣଙ୍କ ମୃତ୍ୟୁ, ଅନେକ ଆହତ
ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା
ବେରୁଟ ଉପରେ ଜାରି ରହିଛି ଇସ୍ରାଏଲର ଏୟାରଷ୍ଟ୍ରାଇକ୍
ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଛନ୍ତି। ତା’ ସ୍ଥାନରେ ସଂଗଠନର ଜଣେ ପ୍ରମୁଖ କମାଣ୍ଡର୍ ହାସେମ୍ ସଫିଦ୍ଦିନକୁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସଫିଦ୍ଦିନ ହେଉଛି ନସରଲ୍ଲାର ସମ୍ପର୍କୀୟ ଭାଇ । ସେ ୩୨ ବର୍ଷ ଧରି ହେଜବୁଲ୍ଲାର ଏକ ପ୍ରମୁଖ ଶାଖାର ମୁଖ୍ୟ ଭାବେ କାର୍ୟ୍ୟ କରିଆସୁଥିଲା । ଲେବାନନରେ ଇସ୍ରାଏଲର ବୋମାମାଡ଼ରେ ସଫିଦ୍ଦିନ ମଧ୍ୟ ନିହତ ହୋଇଛି ବୋଲି ପୂର୍ବରୁ ଖବର ପ୍ରଚାରିତ ହୋଇଥିଲା । ତେବେ ସଫିଦ୍ଦିନ ଜୀବିତ ଏବଂ ତାକୁ ହିଁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି । ହେଜବୁଲ୍ଲା ମଧ୍ୟ ଖୁବଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରିବ ବୋଲି ପ୍ରସ୍ତୁତ ହେଉଛି । ଦକ୍ଷିଣ ଲେବାନନର ଅଲ୍ ନାହରରେ ୧୯୬୪ମସିହାରେ ଜନ୍ମିତ ସଫିଦ୍ଦିନ ୧୯୯୦ ଦଶକରେ ଇରାନରୁ ବେରୁତକୁ ଫେରିଥିଲା। ତାକୁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ବାଛିବା ପଛରେ ଇରାନର ହାତ ରହିଛି। ୨୦୧୭ରେ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷଣା ହୋଇଥିବା ସଫିଦ୍ଦିନ ହିଜବୁଲ୍ଲାର ରାଜନୈତିକ ବ୍ୟାପାର ମଧ୍ୟ ତଦାରଖ କରୁଥିଲା ଏବଂ ସେ ଜିହାଦ କାଉନସିଲର ସଦସ୍ୟ। ସିରିୟା ସରକାରକୁ ସମର୍ଥନ କରି ଭୀଷଣ ରକ୍ତପାତ ଘଟାଇଥିବାରୁ ସାଉଦି ଆରବ ସଫିଦ୍ଦିନକୁ କଳା ତାଲିକାଭୁକ୍ତ କରିଥିଲା। ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ଏବଂ ଏହାର କେତେକ ଶୀର୍ଷ କମାଣ୍ଡର ଲେବାନନ୍ ସ୍ଥିତ ସଂଗଠନର ମୁଖ୍ୟାଳୟରେ ନିହତ ହେବା ପଛରେ ଇରାନର ଜଣେ ଗୁପ୍ତଚରଙ୍କ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ମୁଖ୍ୟ ଭୂମିକା ନେଇଥିଲା।