କନକ ବ୍ୟୁରୋ : ଦୁର୍ଘଟଣା ପୂର୍ବରୁ ପାଇଲଟ୍ ଦେଇଥିଲେ 'MAYDAY CALL' । ପ୍ଲେନ୍ ଟେକ୍ ଅଫ୍ର ମାତ୍ର କିଛି ମିନିଟ୍ ମଧ୍ୟରେ ଅହମ୍ମଦାବାଦ ବିମାନବନ୍ଦର ବାହାରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜାଣନ୍ତୁ ଦୁର୍ଘଟଣାପୂର୍ବରୁ କ’ଣ ସବୁ ଘଟିଥିଲା ।
ଦିନ ୧ଟା ୧୦ରେ ଏୟାର ଇଣ୍ଡିଆ ବିମାନର ବୋର୍ଡିଂ , ଦିନ ୧ଟା ୩୦ରେ ବିମାନର ଉଡ଼ାଣ । ଉଡ଼ାଣର ମାତ୍ର ୭ ମିନିଟ୍ ମଧ୍ୟରେ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏୟାର ଇଣ୍ଡିଆ ବିମାନ । ଡାକ୍ତର ରହୁଥିବା ହଷ୍ଟେଲରେ ବିମାନ କ୍ରାସ୍ ହେବା ପରେ ଆକାଶରେ କଳାଧୂଆଁ ଉଠିଥିଲା । ଅହମ୍ମଦାବାଦର ଦୁର୍ଘଟଣାସ୍ଥଳ ମେଧାନୀନଗରରେ କିଛି ସମୟ ପାଇଁ କୋକୁଆଭୟ ସୃଷ୍ଟି ହୋଇଥିଲା ।
ଅହମ୍ମଦାବାଦ ବିମାନବନ୍ଦରର ୨୩ ନମ୍ବର ରନୱେରୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଉଡ଼ାଣ ପୂର୍ବରୁ 'MAYDAY CALL' ଦେଇଥିଲେ ପାଇଲଟ୍ । ଏହାପରେ ଏଟିସିକୁ କୌଣସି ସିଗ୍ନାଲ ମିଳିନଥିଲା । ଆଉ ଉଡ଼ାଣର କିଛି ସମୟ ପରେ ହିଁ ବିମାନବନ୍ଦର ବାହାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ ।
‘MAYDAY CALL’ କ’ଣ ?
ଯେକୌଣସି ବିମାନରେ ‘MAYDAY CALL’ ଜରୁରୀକାଳୀନ ସନ୍ଦେଶ ହୋଇଥାଏ
ବିମାନ ଗମ୍ଭୀର ବିପଦରେ ଥିବା ବେଳେ ପାଇଲଟ୍ ଏହି ମେସେଜ୍ ଦିଅନ୍ତି
ଯାତ୍ରୀ ଓ ବିମାନ ସଦସ୍ୟଙ୍କ ଜୀବନ ବିପଦରେ ଥିଲେ ଦିଆଯାଏ ମେସେଜ୍
ବିମାନ ଇଞ୍ଜିନ ଫେଲ୍ ହେଲେ, ନିଆଁ ଲାଗିଲେ ଓ ଅପହରଣ ସ୍ଥିତି ଉପୁଜିଲେ ‘MAYDAY CALL’ ହୋଇଥାଏ
ପାଇଲଟ୍ ୩ଥର ମେ’ଡେ’, ମେ’ଡେ’, ମେ’ଡେ’, କହି ଏହି ସନ୍ଦେଶ ଦିଅନ୍ତି
ଏହା ଦ୍ବାରା ନିର୍ଦ୍ଦିଷ୍ଟ ବିମାନ ପାଇଲଟ୍ଙ୍କ କଲ୍କୁ ଗୁରୁତ୍ବ ଦିଆଯାଏ
ଏୟାର ଇଣ୍ଡିଆର ଏହି ବୋଇଂ ବିମାନ ୧୧ ବର୍ଷ ତଳର । ଦିନ ୧ଟା ୩୦ରେ ବିମାନ ଟେକ୍ ଅଫ୍ କରିଥିଲା । ଆଉ ସାଟେଲାଇଟ୍ ଇମେଜ ଅନୁସାରେ ଦିନ ୧ଟା ୩୮ରେ ବିମାନ ରନୱେର ଶେଷ ଭାଗରେ ରହିଥିଲା । ବିମାନ ଟେକ୍ ଅଫ୍ କରିସାରିଥିଲା । ଆଉ ୬୨୫ ମିଟର ଉପରକୁ ଉଠିବା ପରେ ସିଗନାଲ୍ ହରାଇଥିଲା । ୮ ମିନିଟ୍ ଯାଏଁ ସିଗ୍ନନାଲ ଆକ୍ଟିଭ୍ ରହିବା ପରେ ଦିନ ୧ଟା ୪୦ ମିନିଟ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ପାଇଲଟ୍ଙ୍କ ପାଖରେ କିଛି କରିବା ପାଇଁ ଅବସର ହିଁ ନଥିଲା ।