କନକ ବ୍ୟୁରୋ : ସମସ୍ୟାରେ ସନ୍ତୁଳି ହେଉଛନ୍ତି ଗାଁର ଲୋକ । ଗାଁକୁ ଯିବା ଆସିବା କରିବାକୁ ଭଲ ରାସ୍ତାଟିଏ ନଥିବା ବେଳେ ପିଇବାପାଣି ପାଇଁ ଅସୁବିଧା ଭୋଗୁଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ଡଙ୍ଗାମରା ଗ୍ରାମବାସୀ । ରାସ୍ତା ନାହିଁ ଲୋକେ ଚାଉଳ ମୁଠାଏ ପାଇଁ ପାହାଡ ଚଢୁଛନ୍ତି । ଡଙ୍ଗାମରା ଗାଁରେ ପ୍ରାୟ ୪୦ ପରିବାର ରହୁଥିବା ବେଳେ ଜଙ୍ଗଲ ରାସ୍ତା ପାଲଟିଛି ଆଶ୍ରା ଭରସା । ଏବେ ବି ରୋଗୀକୁ ଦୋଳା କରି ନିଆଯାଉଛି । ତା ସହିତ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ୟ୍ୟସ୍ତ ହୋଇପଡୁଛି । ଅଙ୍ଗନୱାଡି କେନ୍ଦ୍ରଟିଏ ବି ନାହିଁ । ଦୂରଦୂରାନ୍ତକୁ ଯେଉଁ ପିଲା ସବୁ ଯାଉଛନ୍ତି ଜଙ୍ଗଲ ରାସ୍ତା ଯୋଗୁ ପରିବାର ଲୋକ. ପଢିବାକୁ ଛାଡୁନାହାନ୍ତି । ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଛି ହେଲେ ସମସ୍ୟା ପ୍ରତି ଯେମିତି କାହାର ନଜର ନାହିଁ । 

Advertisment

ନିର୍ବାଚନ ବେଲେ ଅନେକ ନେତା ମନ୍ତ୍ରୀଙ୍କ ସୁଅ ଛୁଟିଥାଏ ଏହି  ଡଙ୍ଗାମରା ଗାଁକୁ । ଭୋଟ୍ ପାଇଲା ପରେ ସମସ୍ତେ ଭୁଲିଯାନ୍ତି । ଏବେ ବି ଲୋକେ  କିଛି କାମ ପାଇଁ ପାହାଡ ଚଢି ଯାଉଛନ୍ତି । ଗାଁରେ ପାଣି ସମସ୍ୟାରୁ ନେଇ କୌଣସି ସୁବିଧା ନଥିବାରୁ ଗୃହପାଳିତ ପଶୁ ସାଙ୍ଗକୁ ଗ୍ରାମବାସୀଙ୍କ ନିତ୍ୟକର୍ମ ପାଇଁ ସମସ୍ୟା ଉପୁଜୁଛି ।  ପ୍ରଶାସନ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରୁଛନ୍ତି । ହେଲେ ପ୍ରତିଥର ଭଳି କେବଳ ପ୍ରତିଶ୍ରୁତିରେ ସରିଯାଇଛି କାମ ।  

ଗାଁରେ ବିଭିନ୍ନ ସମସ୍ୟା ଲାଗିରହିଥିବାବେଳେ ଏଥିପ୍ରତି ଗୁରତ୍ବ ଦିଆଯାଇ ସମାଧାନ କରାଯାଇପାରିଲେ ଗାଁର ଲୋକ ଉପକୃତ ହୋଇପାରିବେ ।