କନକ ବ୍ୟୁରୋ: ରାଜ୍ୟରେ ଲଗାଣ ବର୍ଷା । ବର୍ଷା  ଯୋଗୁ ବଢିଛି ଶୀତ।  ଯାହାଫଳରେ ଅସ୍ତବ୍ୟସ୍ତ ଜନଜୀବନ ।  ବଙ୍ଗୋପସାଗରରେ ସକ୍ରିୟ ଅବପାତ । ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତରପୂର୍ବ ମୁହାଁ ହେବ ଅବପାତ । ଏହାର ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ଏବଂ ପଶ୍ଚିମା-ଝଡ଼ର ଉପସ୍ଥିତି ଯୋଗୁ ଉପକୂଳ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ହେଉଛି । କାଲି ଦିନ ସାରା ବର୍ଷା ହୋଇଥିଲେ ମଧ୍ୟ ଏହାର ତୁଳନାରେ ବର୍ଷାର ପ୍ରଭାବ ଆଜିଠାରୁ କମିବା ସହ ଧିରେ ଧିରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ।

Advertisment

ଆନ୍ଧ୍ରପ୍ରଦେଶ ଉପକୂଳରେ ଘନୀଭୂତ ଅବପାତ ଗୋପାଳପୁରଠାରୁ ୬୧୦ କିମି ଦୂରରେ ରହିଛି । ୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ପ୍ରଭାବରେ ଆଜି ବି ଉପକୂଳରେ ବର୍ଷା ଲାଗି ରହିଛି । ୪ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ  ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।