କନକ ବ୍ୟୁରୋ: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଜଳୁଛି ପଶ୍ଚିମରୁ ଉପକୂଳ । ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୩୮ ଡିଗ୍ରି ରେକର୍ଡ । ସେହିପରି ଝାରସୁଗୁଡ଼ାରେ ବି ୩୮ ଡିଗ୍ରି, ହୀରାକୁଦରେ ୩୭.୬ ଡିଗ୍ରି, ଚାନ୍ଦବାଲିରେ ୩୬.୪ ଡିଗ୍ରି, ପୁରୀରେ ୩୬ ଡିଗ୍ରି, ରାଉରକେଲାରେ ୩୫.୬ ଡିଗ୍ରି, ବାଲେଶ୍ବରରେ ୩୫ ଡିଗ୍ରି ଏବଂ ଭୁବନେଶ୍ବରରେ ୩୫.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଆର୍ଦ୍ରତା ୬୮.୪%  ରେକର୍ଡ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆର୍ଦ୍ରତା ଅଧିକ ଥିବା କାରଣରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି । 

Advertisment

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଓଡିଶା ତତ-ସଂଲଗ୍ନ ଦକ୍ଷିଣ ଗଙ୍ଗୀୟ-ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୧.୫ ରୁ ୫.୮ କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ ହେତୁ ଉପକୂଳ ଓଡ଼ିଶାରେ ଗୁଳୁ ଗୁଳି ର ମାତ୍ରା ବୃଦ୍ଧି ପାଇଛି । ପ୍ରଭାବରେ ଆଜି ଟ୍ୱିନସିଟି କଟକ ଏବଂ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନର ବିପଦଜନକ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି ।