କନକ ବ୍ୟୁରୋ: ବଳଙ୍ଗା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଘଟଣାରେ ପୁଲିସ ଆମୂଳଚୂଳ ତଦନ୍ତ ଜାରି ରଖିଛି । ଯଦି ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପରିସ୍ଥିତି ଅନୁକୂଳ ହୁଏ ଏବଂ ଏଥିପାଇଁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶକ ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଭାବରେ ଧରା ପଡ଼ିବେ । ପୁଲିସ ଟିମ୍‍ ଅପରେସନ ମୋଡରେ ଅଛନ୍ ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ ।

Advertisment

କିରୋସିନ ଢାଳି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ପରେ ବଳଙ୍ଗା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି । ସେ ଏବେ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ରହିଛି।  ଏନେଇ ଭୁବନେଶ୍ବର ଏମସ୍ ନିର୍ଦ୍ଦେଶକ କହିଛନ୍ତି । ସେ କହିଛନ୍ତି, ପୀଡ଼ିତା ଜଣଙ୍କର ଶରୀରର ୭୨ରୁ ୭୫ ପ୍ରତିଶତ ପୋଡ଼ିଯାଇଛି । ଚର୍ମ ଜଳିଯାଇଥିବାରୁ ସଂକ୍ରମଣ ଭୟ ଅଛି । ଛାତ୍ରୀ ଜଣଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି । ସେ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କୁ ଅକ୍ସିଜେନ ସର୍ପୋଟରେ ରଖାଯାଇଛି । କିନ୍ତୁ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି । ଏହାସହ ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛିଛି । ତାଙ୍କୁ ଏୟାରଲିଫ୍ଟ କରିବା ସମ୍ଭବପର ନୁହେଁ ବୋଲି ଏମ୍‌ସ ନିର୍ଦ୍ଦେଶକ କହିଛନ୍ତି । ସେପଟେ ପିଡ଼ୀତାଙ୍କ ବୟାନ ରେକର୍ଡ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୮୦ ବିଏନଏସଏସରେ ବୟାନ ରେକର୍ଡ କରାଯାଇଛି ।