କନକ ବ୍ୟୁରୋ : କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଯନ୍ତ୍ରଣା ଭୋଗିଛନ୍ତି ସାଧାରଣ ଲୋକ । ଅସ୍ତରଙ୍ଗରେ ରୋଗୀ ହଇରାଣ ହୋଇଛନ୍ତି । ସ୍କୁଟିରେ ଯାଉଥିଲେ ବି ସେମାନଙ୍କୁ ହଇରାଣ ହେବାକୁ ପଡ଼ିଛି । କଂଗ୍ରେସର ବନ୍ଦ ଡାକରା ଯୋଗୁଁ ହଇରାଣ ହୋଇଛନ୍ତି ରୋଗୀ । ସେହିଭଳି ବନ୍ଦ ପାଳନ ଯୋଗୁଁ ବ୍ୟାଙ୍କ ବନ୍ଦ ଥିଲା ଆଉ ମାଲକାନଗିରିରେ ଦିବ୍ୟାଙ୍ଗଙ୍କୁ ହଇରାଣ ହେବାକୁ ପଡ଼ିଛି । ମାଲକାନଗିରି ଗନ୍ଦିପାଲି ଗାଁରେ ମନୋଜ ଦୁରଆ ଆଧାର କାର୍ଡ ପାଇଁ ଆସିଥିଲେ । କିନ୍ତୁ ନିରାଶ ହୋଇ ଫେରିଛନ୍ତି । 

Advertisment

ସ୍ୱାସ୍ଥ୍ୟକର୍ମୀଙ୍କୁ ବି ଛାଡ଼ିଲେନି
ଯାଜପୁର ବ୍ୟାସନଗରରୁ ବି ଆସିଛି ସମାନ ଦୃଶ୍ୟ । ଆନ୍ଦୋଳନ ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ବି ଛାଡ଼ିନାହାନ୍ତି ଆନ୍ଦୋଳନକାରୀ । ଫଳରେ ଆନ୍ଦୋଳନକାରୀଙ୍କ ସହ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି । 

କ୍ୟାନ୍‌ସର ରୋଗୀ ଯାଇପାରିଲେନି ହସ୍ପିଟାଲ

ଓଡ଼ିଶା ବନ୍ଦର ପ୍ରଭାବ ବସ୍‌ଷ୍ଟାଣ୍ଡ ଗୁଡ଼ିକରେ ଦେଖିବାକୁ ମିଳିଛି । କୋରାପୁଟ ବସ୍‌ଷ୍ଟାଣ୍ଡ୍‌ରୁ ଆସିଛି ବିକଳ ଚିତ୍ର ।  ରାତ୍ରୀକାଳୀନ ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀ ହଇରାଣର ସମ୍ମୁଖୀନ ହୋଇଛନ୍ତି । ଗାଡ଼ି ମୋଟର ବନ୍ଦ ଥିବାରୁ ବସ୍‌ ଷ୍ଟାଣ୍ଡରେ ପଡ଼ି ରହିଥିଲେ । ଭୁବନେଶ୍ବରରେ ସ୍ଥିତି ଥିଲା ଦୟନୀୟ । କ୍ୟାନ୍‌ସରରେ ପୀଡ଼ିତ ଝାରସୁଗୁଡ଼ାର ଶାନ୍ତିପ୍ରଭା ଲାକ୍ରା ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କୁ ଭେଟିଥାନ୍ତେ । ମାଲକାନଗିରିର ସୋମନ୍ତ ବଟେ ବି ଏମ୍ସ ଯାଇଥାନ୍ତେ, କିନ୍ତୁ ଓଡ଼ିଶା ବନ୍ଦ ଥିବାରୁ ସେମାନେ ହଇରାଣ ହୋଇଛନ୍ତି । କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ସାଧାରଣ ଜୀବନ ଉପରେ ପଡ଼ିଛି ।