କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା । ଘାଟିକୁ ଖସିଲା ଯାତ୍ରୀବାହୀ ବସ୍‌ । ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଘଟଣା । ଏଥିରେ ୨୨ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଆହତ ହୋଇଛନ୍ତି । ଗୌରାଖାଲରୁ ଏକ ବସ୍‌ ରାମନଗରରୁ ବାହାରିଥିଲା । ଏହି ବସ୍‌ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ ।

Advertisment

ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଏହା ପରେ ଏହା ଦେଖୁ ଦେଖୁ ଘାଟିକୁ ଖସି ପଡ଼ିଥିଲା । ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍‌ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଉଦ୍ଧାର କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଏଥିସହିତ ଆହତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।