କନକ ବ୍ୟୁରୋ, ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । ଦ୍ବାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ । ସମସ୍ତ ବିଭାଗର ପରୀକ୍ଷା ଫଳ ବାହାରିଛି । ଗତବର୍ଷ ତୁଳନାରେ ଏଥର ୦.୪୯ ପ୍ରତିଶତ ଅଧିକ ପାସ ହାର ରହିଛି । ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍‌ ହାର ୫.୯୪ ପ୍ରତିଶତ ଅଧିକ ରହିଛି ।  ମୋଟ ୧୭ ଲକ୍ଷ ୮୮ ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି ।

Advertisment

ଛାତ୍ରଛାତ୍ରୀମାନେ cbse.gov.in cbseresults.nic.in ଏବଂ results.cbse.gov.in ସାଇଟକୁ ଯାଇ ନିଜର ଫଳ ଜାଣିପାରିବେ । ଗତବର୍ଷ ସିବିଏସଇ ରେଜଲ୍ଟ ମେ ୧୩ରେ ପ୍ରକାଶ ପାଇଥିଲା । ଗତବର୍ଷ ଦ୍ବାଦଶରେ ପାସ୍ ହାର ଥିଲା ୮୭.୯୮ % । ସେପଟେ ଦଶମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ପାସ ହାର ରହିଛି ୯୩.୬୬ ।