କନକ ବ୍ୟୁରୋ : ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୫ରୁ ଆରମ୍ଭ ହେବ । ଏହା ଡିସେମ୍ବର ୨୦ ଯାଏ ଚାଲିବ ବୋଲି ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କରି ରିଜିଜୁ ସୂଚନା ଦେଇଛନ୍ତି । ଶୀତଅଧିବେଶନରେ ୱାକଫ ସଂଶୋଧନ ବିଲ୍, ୱାନ ନେସନ ୱାନ ଇଲେକ୍ସନ ଉପରେ ଚର୍ଚ୍ଚ ସମ୍ଭାବନା ରହିଛି । ବର୍ତ୍ତମାନ ୱାକଫ ବିଲକୁ ଯୁଗ୍ମ ସଂସଦୀୟ କମିଟି ଯାଞ୍ଚ କରୁଛି। କମିଟି ନଭେମ୍ବର ୨୯ରେ ସଂସଦରେ ଏହାର ରିପୋର୍ଟ ଦାଖଲ କରିବ । ଏହାବାଦ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ମଧ୍ୟ ଉଭୟ ସଦନରେ ଆଗତ ହୋଇପାରେ। ଏହା ଉପରେ ବଡ଼ ବିତର୍କ ହେବାର ସମ୍ଭାବନା ରହିଛି ।
ନଭେମ୍ବର ୨୫ ତାରିଖରୁ ସଂସଦରେ ଶୀତ ଅଧିବେଶନ । ୱାନ ନେସନ ୱାନ ଇଲେକସନ ଓ ୱାକଫ୍ ଆକ୍ଟ ଉପରେ ହୋଇପାରେ ଆଲୋଚନା
ବର୍ତ୍ତମାନ ୱାକଫ ବିଲକୁ ଯୁଗ୍ମ ସଂସଦୀୟ କମିଟି ଯାଞ୍ଚ କରୁଛି। କମିଟି ନଭେମ୍ବର ୨୯ରେ ସଂସଦରେ ଏହାର ରିପୋର୍ଟ ଦାଖଲ କରିବ । ଏହାବାଦ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ମଧ୍ୟ ଉଭୟ ସଦନରେ ଆଗତ ହୋଇପାରେ। ଏହା ଉପରେ ବଡ଼ ବିତର୍କ ହେବାର ସମ୍ଭାବନା ରହିଛି ।