କନକ ବ୍ୟୁରୋ: ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ । ଦ୍ବିତୀୟଥର ଦୁଇ ପ୍ରତିଦ୍ବନ୍ଦ୍ବୀ ପରସ୍ପରକୁ ଭେଟିଛନ୍ତି । ଆଉ ଦୁଇଥର ଯାକ ଭାରତ ଆଗରେ ମାଟି କାମୁଡ଼ିଛି ପାକିସ୍ତାନ । ମ୍ୟାଚ୍ ତ ହାରିଲା, କିନ୍ତୁ ପାକିସ୍ତାନ ଟିମ୍ର ଆଚରଣ ଅତି ନିମ୍ନମାନର ଥିଲା । ଓପନର ଶାହିବାଜାଦା ଫରହାନ୍ ଅର୍ଦ୍ଧଶତକ ପୂରଣ କରିବା ପରେ ଯେଉଁ ଆଚରଣ କଲେ, ତାହା ସମସ୍ତେ ଦେଖିଲେ । ସେହିପରି ପେସ୍ ବୋଲର ହାରିସ ରୌଫଙ୍କ ଆଚରଣ ମଧ୍ୟ ଅତି ହୀନମାନର ଥିଲା । ଲାଗୁଥିଲା ପଡ଼ିଆରେ ଖେଳାଳି ନୁହେଁ, ଆତଙ୍କବାଦୀ ଖେଳୁଥିଲେ । କ୍ରିକେଟକୁ ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା ବେଳେ ପାକ୍ ଖେଳାଳି ସବୁ ସୀମା ଟପି ଅଭଦ୍ରାମୀର ପରିଚୟ ଦେଇଛନ୍ତି । ସେହି ତୁଳନାରେ ପଡ଼ିଆରେ ଭାରତର ଆଚରଣ ଥିଲା ଅତି ସାଧାରଣ । ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିବା ପରେ ନିଜର ଚିରାଚରିତ ଢଙ୍ଗରେ ସେଲିବ୍ରେସନ୍ କରିଥିଲେ । ଯାହା ସମସ୍ତଙ୍କୁ ବେଶ୍ ଆଦୃତ କରିଛି ।
ଅଭିଷେକଙ୍କ ‘L’ ବନାମ ପାକିସ୍ତାନର ‘AK-47’
ପାକିସ୍ତାନ ଓପନର ଶାହିବାଜାଦା ବ୍ୟାଟ୍କୁ ଏକେ-୪୭ ବନ୍ଧୁକ ଭଳି ଚଳାଇ ସେଲିବ୍ରେସନ୍
ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟର୍ ହାରିସ୍ ରଉଫ୍ଙ୍କ ଆହୁରି ୨ଟି ବିବାଦୀୟ ଇଙ୍ଗିତ
ରାଗ ଶୁଝାଇବାକୁ କିଭଳି ଅତି ତଳ ସ୍ତରକୁ ଖସିଯାଇଛନ୍ତି ପାକିସ୍ତାନୀ ଫାଷ୍ଟ୍ ବୋଲର୍
ଭାରତୀୟ ଦର୍ଶକଙ୍କୁ ଚିଡ଼ାଇବା ପାଇଁ ପଡ଼ିଆ ଭିତରେ ହାତରେ ୬-୦ ସଂକେତ ଦେଖାଇଥିଲେ
ଯାହା ଅପରେସନ୍ ସିନ୍ଦୂର ବେଳେ ଭାରତର ୬ଟି ଲଢ଼ୁଆ ବିମାନ ଖସାଇଥିବା ନେଇ ପାକିସ୍ତାନର ମିଛ ଦାବିକୁ ସୂଚାଉଛି
ଏହି ଦାବିର ଯଥାର୍ଥତା ନେଇ ପାକିସ୍ତାନ ପାଖରେ କୌଣସି ପ୍ରମାଣ ନାହିଁ
ତଥାପି ପାକ୍ ଖେଳାଳି ମାନେ ଏହାକୁ ପଡ଼ିଆରେ ପ୍ରଦର୍ଶନ କରିଛନ୍ତି
ପାକିସ୍ତାନର ଆଚରଣକୁ ସୋସିଆଲ ମିଡିଆ ସମେତ ବିଭିନ୍ନ ମହଲରେ ନାପସନ୍ଦ
ପ୍ରଶଂସା ସାଉଣ୍ଟିଲା ଅଭିଷେକ ଶର୍ମାଙ୍କ ସେଲିବ୍ରେସନ୍
ଅର୍ଦ୍ଧଶତକ ମାରିବା ପରେ ଇସାରାରେ ‘ଏଲ୍’ ଦେଖାଇଥିଲେ ଅଭିଷେକ
ଏହି ‘ଏଲ୍’ ଅର୍ଥ ଲଭ୍ ବା ଭଲପାଇବା
ଅର୍ଥାତ୍ ପଡ଼ିଆରେ ଭଲପାଇବାର ବାର୍ତ୍ତା ବାଣ୍ଟିଛନ୍ତି ଅଭିଷେକ
ଏହା ଦର୍ଶାଉଛି, ଅଭିଷେକ ଶର୍ମା ଓ ପାକ୍ ଖେଳାଳିଙ୍କ ସେଲିବ୍ରେସନରେ ଆକାଶପାତାଳ ତଫାତ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/23/08-2025-09-23-10-12-21.jpg)