ଭଡ଼ାଟିଆଙ୍କ ତଥ୍ୟ ନଦେଲେ ବନ୍ଧା ହେବେ ମାଲିକ! ୧୦ ଦିନରେ ତଥ୍ୟ ସଂଗ୍ରହ ପାଇଁ ଡିସିପିଙ୍କ ନିର୍ଦ୍ଦେଶ

Advertisment

ଭଡାଟିଆଙ୍କ ତଥ୍ୟ ନ ଦେଲେ ବନ୍ଧା ହେବେ ଘର ମାଲିକ । ରାଜଧାନୀ ଲୋକ ମାନୁନାହାନ୍ତି କମିଶନରେଟ ପୁଲିସର ଗାଇଡଲାଇନ। ଭୁବନେଶ୍ୱରରେ ଅନେୈତିକ ଓ ଅପରାଧିକ କାର୍ଯ୍ୟକଳାପ ସାମ୍ନାକୁ ଆସିବା ପରେ ଏ ନେଇ ଅଧିକ ଶକ୍ତ ହୋଇଛି ପୁଲିସ ।

ଭଡାଟିଆଙ୍କ ତଥ୍ୟ ନ ଦେଲେ ବନ୍ଧା ହେବେ ଘର ମାଲିକ । ରାଜଧାନୀ ଲୋକ ମାନୁନାହାନ୍ତି କମିଶନରେଟ ପୁଲିସର ଗାଇଡଲାଇନ। ଭୁବନେଶ୍ୱରରେ ଅନେୈତିକ ଓ ଅପରାଧିକ କାର୍ଯ୍ୟକଳାପ ସାମ୍ନାକୁ ଆସିବା ପରେ ଏ ନେଇ ଅଧିକ ଶକ୍ତ ହୋଇଛି ପୁଲିସ ।

wfdw

କନକ ବ୍ୟୁରୋ: ଭଡାଟିଆଙ୍କ ତଥ୍ୟ ନ ଦେଲେ ବନ୍ଧା ହେବେ ଘର ମାଲିକ । ରାଜଧାନୀ ଲୋକ ମାନୁନାହାନ୍ତି କମିଶନରେଟ ପୁଲିସର ଗାଇଡଲାଇନ। ଭୁବନେଶ୍ୱରରେ ଅନେୈତିକ ଓ ଅପରାଧିକ କାର୍ଯ୍ୟକଳାପ ସାମ୍ନାକୁ ଆସିବା ପରେ ଏ ନେଇ ଅଧିକ ଶକ୍ତ ହୋଇଛି ପୁଲିସ । ଭଡାଟିଆ ସମ୍ପର୍କରେ ଅଧିକ ତଥ୍ୟ ନଦେଲେ ଏଣିକି କାର୍ଯ୍ୟାନୁଷ୍ଠାନ ହେବ ।

ବୋଲ ମାନୁ ନାହାନ୍ତି ରାଜଧାନୀ ବାସିନ୍ଦା । ପୁଲିସ ନିୟମକୁ ଫୁ’ କରି ଉଡାଇ ଦେଉଛନ୍ତି ଘର ମାଲିକ । ନିୟମ ରହିଛି ଘର ମାଲିକମାନେ ଭଡ଼ା ଦେବାର ୭ ଦିନ ମଧ୍ୟରେ ଭଡାଟିଆଙ୍କ ସମସ୍ତ ତଥ୍ୟ ନିକଟସ୍ଥ ଥାନାରେ ପଇଠ କରିବେ। କିନ୍ତୁ ପୁଲିସ ଅଫିସର ବଦଳିବା ପରେ, ନିୟମ ବଦଳିଗଲା ଭାବି ଅମାନିଆ ହେଉଛନ୍ତି ଘର ମାଲିକ। କିନ୍ତୁ ଏବେ ଆଉ ମନମାନି ଚାଲିବନି । କିଛି ଟଙ୍କା ଲୋଭରେ ମାଲିକମାନେ ଘରକୁ ଭଡ଼ାରେ ଲଗାଇ ଦେଉଥିବା ଦେଖିବାକୁ ମିଳୁଛି । କେଉଁଠି ଘର ଭଡା ନେଇ ସ୍ପା’ ନାଁରେ ଦେହବେପାର ତ, ଆଉ କେଉଁଠି ଆପାର୍ଟମେଣ୍ଟ ଭଡା ନେଇ ରହୁଛନ୍ତି ସାଇବର ଠକ । ବିଗତ କିଛି ଦିନ ଭିତରେ ଭଡାଟିଆଙ୍କ ଉପଦ୍ରବ ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ହେବା ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ଭୁବନେଶ୍ୱର ଡିସିପି। ପୋଲିସକୁ ସହଯୋଗ ନକଲେ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। 

୨୦୧୫ ମସିହାରେ ପ୍ରଥମ କରି ଭଡାଟିଆ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ କମିଶନର। କିନ୍ତୁ ସହର ବଢିବା ସାଙ୍ଗକୁ ବାହାରୁ ଆସି ଅନେକ ଲୋକ ଏଠାରେ ଭଡାଘର ନେଇ ରହୁଛନ୍ତି। କିନ୍ତୁ ସେମାନେ ଘର ଭଡ଼ା ନେବାର କାରଣ ଓ ନିଜର ନାଁ ଓ ଠିକଣା ପୁଲିସ ନିକଟରେ ଦାଖଲ କରୁନାହାନ୍ତି। କିଛିଦିନ ତଳେ ଝାରପଡା ଅଞ୍ଚଳରେ ସିମବକ୍ସ ଠାବ ହେବା ଘଟଣାରେ ମଧ୍ୟ ଜଣେ ବଙ୍ଗୀୟ ଯୁବକ ନିଜ ନାଁ ଗୋପନ ରଖି ଘର ଭଡା ନେଇଥିବା ଜାଣିବାକୁ ପାଇଥିଲା ପୁଲିସ। ଆନ୍ତଃରାଜ୍ୟ ଲୁଟେରା ଠାରୁ ଆରମ୍ଭ କରି ନିଶା ବେପାରୀ ପର୍ଯ୍ୟନ୍ତ ଘର ଭଡା ନେଇ ଦୋନମ୍ବରୀ କାରବାର ଚଳାଇଥିବାରୁ ଏହାକୁ ଦୃଢ଼ ହସ୍ତରେ ଦମନ ପାଇଁ ଅଣ୍ଟା ଭିଡ଼ିଛି ଟିମ ପିନାକ।

ସେପଟେ ଘରଭଡା ବେଳେ ବାରମ୍ବାର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ମଡେଲ ଟେନାନ୍ସ ଆକ୍ଟ ବା ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ଲାଗୁ କରାଇବା ପାଇଁ ସିନିୟର ସିଟିଜେନଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe