ସ୍ତ୍ରୀକୁ ଛାଡୁନାହାନ୍ତି ଯାତ୍ରା ମାଲିକ : ଅଭିଯୋଗ ଆଣିଲେ ଅଭିନେତ୍ରୀଙ୍କ ସ୍ବାମୀ

ତୁଳସୀ ଯାତ୍ରା ପାର୍ଟିର ମାଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ।  ତୁଳସୀ ଗଣନାଟ୍ୟରେ ଅଭିନୟ କରୁଥିବା ସୋନାଲି ପଣ୍ଡାଙ୍କୁ ଯାତ୍ରା ପାର୍ଟି ଛାଡୁନଥିବା ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ବାମୀ 

ଅଦ୍ୟତନ ହୋଇଛି
ରୋୂୀୋ

Photograph: (kanaknews)

କନକବ୍ୟୁରୋ : ତୁଳସୀ ଯାତ୍ରା ପାର୍ଟିର ମାଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ।  ତୁଳସୀ ଗଣନାଟ୍ୟରେ ଅଭିନୟ କରୁଥିବା ସୋନାଲି ପଣ୍ଡାଙ୍କୁ ଯାତ୍ରା ପାର୍ଟି ଛାଡୁନଥିବା ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ବାମୀ  ।   ମାଲିକ ଅନନ୍ତ ନାରାୟଣ ଧଳ ଦୀର୍ଘ ବର୍ଷଧରି ନିଜ ପାର୍ଟିରେ ରଖିବା ସହିତ ସ୍ଵାମୀ ଓ ପୁଅ ଠୁ ଅଲଗା କରାଇ ଦେଇଛନ୍ତି ବୋଲି ସୋନାଲିଙ୍କ ସ୍ଵାମୀ ବିଭିନ୍ନ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି  ।  ଏହା ଉପରେ ପ୍ରତିକ୍ରିୟା ରଖି ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି, ଏହି ଘଟଣା ପୁରା  ମିଛ ।  

ବହୁ ବର୍ଷ ପୂର୍ବରୁ ବିବାହ ପରେ ସୋନାଲି ସ୍ଵାମୀଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କରିବାକୁ ଯାଉଥିଲେ ।  ସେତେବେଳେ ତାଙ୍କ ବାପା ସୋନାଲିକୁ ଉଦ୍ଧାର କରି ତାଙ୍କ  ଘରେ ରଖିଥିଲେ ।  ସେହିଦିନ ଠାରୁ ସେ ଯାତ୍ରାରେ ଅଛନ୍ତି ବୋଲି ଅନନ୍ତ କହିଛନ୍ତି ।  ଅନ୍ୟ ପକ୍ଷରେ ଏହି ମାମଲାରେ ସୋନାଲି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ନିଜ ଇଚ୍ଛାରେ ଯାତ୍ରା ପାର୍ଟିରେ ଅଛି । ବିବାହ ପରେ ମୋ ସ୍ୱାମୀ ମତେ ଯାତ୍ରା ପାର୍ଟିରେ ଛାଡି ଦେଇ ଆଉ କିଛି ବୁଝି ନଥିଲେ, ବରଂ ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କରେ ଥିଲେ। ଏପରିକି ତାଙ୍କ ସ୍ବାମୀ ତାଙ୍କୁ ବିକ୍ରି କରିଦେବାକୁ ଚାହୁଥିଲେ ବୋଲି କହିଛନ୍ତି ସୋନାଲି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe