କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ମୋହନ ମାଝୀଙ୍କୁ ଆଦିବାସୀ ସମ୍ପ୍ରଦାୟର ସରଳ ଅମାୟିକ ଲୋକ ବୋଲି କହିଥିଲେ ପ୍ରସନ୍ନ । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ କରାଯାଉଥିବାରୁ ଟ୍ରୋଲ ନକରିବାକୁ ଅପିଲ୍ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ତେବେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି ଏମିତି କହିଲେ ବିରୋଧୀ ଦଳ ଉପନେତା, ତାହା ଜଣାପଡିନାହିଁ ।