ଅବ୍ୟବସ୍ଥା ଘେରରେ ରାଜ୍ୟର ଏକ ମାତ୍ର ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ: ଲୋକଙ୍କୁ ଲୁଟୁଛନ୍ତି କାର୍ଯ୍ୟାଳୟ କର୍ମଚାରୀ

Advertisment

କଟକରେ ଥିବା ରାଜ୍ୟର ଏକ ମାତ୍ର ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ ଏବେ ଠପ୍ ହେବା ସ୍ଥିତିରେ । ସମଗ୍ର ରାଜ୍ୟରୁ ନିଜର ନକ୍ସା ପାଇଁ ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କଟକରେ ଥିବା ରାଜ୍ୟର ଏକ ମାତ୍ର ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ ଏବେ ଠପ୍ ହେବା ସ୍ଥିତିରେ । ସମଗ୍ର ରାଜ୍ୟରୁ ନିଜର ନକ୍ସା ପାଇଁ ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

wqdwq

କନକ ବ୍ୟୁରୋ: କଟକରେ ଥିବା ରାଜ୍ୟର ଏକ ମାତ୍ର ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ ଏବେ ଠପ୍ ହେବା ସ୍ଥିତିରେ। ସମଗ୍ର ରାଜ୍ୟରୁ ନିଜର ନକ୍ସା ପାଇଁ ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କାର୍ଯ୍ୟାଳୟ ଦୁର୍ନିତୀର ଗନ୍ତାଘର ପାଲଟିଛି ଓ ଅର୍ଥ ହରିଲୁଟ୍‌ର ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ।

କଟକ ଯୋବ୍ରା କେନାଲ୍ ରୋଡରେ ରହିଛି ରାଜ୍ୟର ଏକମାତ୍ର ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ। ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡିଶା ଗଠନ ହେବା ପୂର୍ବରୁ ନକ୍ସା ମୁଦ୍ରଣ ପାଇଁ ବିହାର ପଟନା ଯିବାକୁ ପଡୁଥିଲା। ୧୯୩୬ରେ ଓଡ଼ିଶାକୁ ଆସିଲା ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ। ସେବେଠାରୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡୁନି। କିନ୍ତୁ ବିଡ଼ମ୍ବନାର ବିଷୟ, ଏବେ ଏହା ଦୁର୍ନୀତିର ଗନ୍ତାଘର ପାଲଟିଛି। ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଅନୁସାରେ, ବିଭିନ୍ନ କାମ ପାଇଁ ରାଜ୍ୟ ରାଜକୋଷରୁ ଆସୁଥିବା ଅର୍ଥ ହରିଲୁଟ ହେଉଛି। ତଥ୍ୟ ମାଗିଲେ କର୍ମଚାରୀ ଓ ଅଧିକାରୀ ଧମକ ଚମକ ଦେଉଛନ୍ତି। 

ଏହି କାର୍ଯ୍ୟାଳୟରେ ୫୧ ହଜାର ୭୦୧ ଗାଁର ମାନଚିତ୍ର ଗଚ୍ଛିତ ରହିଛି। ଜମିବାଡ଼ି ନକ୍ସା ପାଇଁ ପ୍ରତିଦିନ ଶହଶହ ଲୋକ ଆସିଥାନ୍ତି। କିନ୍ତୁ ଏଠାରେ ଥିବା ଅନଭିଜ୍ଞ କର୍ମଚାରୀ ଓ ଅଫିସରଙ୍କ ଲାଭଖୋର ମନୋଭାବ ଯୋଗୁଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯେଉଁ କାମ ପାଇଁ ୬୩୦ ଟଙ୍କା ଖର୍ଚ୍ଚ ହେବା କଥା.., ସେଥିପାଇଁ ୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ। ସେପଟେ ଏବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ରୋକ୍‌ଠୋକ୍ ମନା କରିଦେଇଛନ୍ତି ଅତିରିକ୍ତ ନିର୍ଦ୍ଦେଶିକା।

ଅବ୍ୟବସ୍ଥା ଘେରରେ ଥିବା ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ ବାବଦରେ ଯଦି ସରକାର ନଜର ନଦିଅନ୍ତି, ତେବେ ଆଗାମୀ କାର୍ଯ୍ୟାଳୟରେ ତାଲା ଝୁଲିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe