କନକ ବ୍ୟୁରୋ: ପାର୍ଲାମେଂଟର  ଚଳିତ ଅଧିବେଶନରେ  ମୋଦି ସରକାର ଆଗତ କରିପାରନ୍ତି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ । ଆଉ ଏହାକୁ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରେ । ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ରାମନାଥ ଗୋବିନ୍ଦ କରିଥିବା ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇସାରିଛି । ସରକାର ଏହା ଉପରେ ବିସ୍ତୁତ ଆଲୋଚନା ଚାହିଁଛନ୍ତି । ଜେପିସିରେ ଥିବା ବିରୋଧୀ ପକ୍ଷ ସହ ବି ଚର୍ଚ୍ଚା ହେଉ ବୋଲି ସରକାର ଚାହୁଁଛନ୍ତି । ଏହାଛଡା ସବୁ ରାଜ୍ୟର ବାଚସ୍ପତିଙ୍କ ସହ ବି ଏ ନେଇ ଆଲୋଚନା କରାଯାଇପାରେ । ଏହାଛଡା ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କ ମତାମତ ବି ନିଆଯାଇପାରେ ।  ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ  କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ  । କମିଟି ୬୨ ରାଜନୈତିକ ଦଳର ମତାମତ ନେଇଥିଲା । ଏମାନଙ୍କ ମଧ୍ୟରୁ ୩୨ ରାଜନୈତିକ ଦଳ ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ସମର୍ଥନ କରିଥିଲେ। ୧୫ ଦଳ ବିରୋଧ କରିଥିବାବେଳେ ୧୫ ଦଳ କୌଣସି ମତାମତ ଦେଇନଥିଲେ ।  ୨୦୨୪ ଲୋକସଭା ନିର୍ବାଚନ ବେଳେ ଘୋଷଣାପତ୍ରରେ ଏ ନେଇ  ବିଜେପି କାମ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା । ସ୍ୱାଧୀନତା ଦିବସ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସମସ୍ତେ ଆଗେଇ ଆସିବାକୁ ଅପିଲ କରିଥିଲେ ।

Advertisment

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ
ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ 

-ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ସରକାରଙ୍କୁ ସମ୍ବିଧାନ ସଂଶୋଧନ କରିବାକୁ ହେବ 
-ସମ୍ବିଧାନରେ ୫ଟି ସଂଶୋଧନ କରିବାକୁ ହେବ 
-ବିଲ ପାଶ ପାଇଁ ପାର୍ଲାମେଣ୍ଟ ଦୁଇ -ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ
-ଲୋକସଭାରେ ୩୬୨ ଓ ରାଜ୍ୟସଭାରେ ୧୬୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ
-ପାର୍ଲାମେଣ୍ଟରେ ବିଲ ପାସ ହେବା ପରେ ଅତି କମରେ ୧୫ ରାଜ୍ୟ ବିଧାନସଭାର ଅନୁମୋଦନ ଜରୁରୀ
-ରାଜ୍ୟସଭାରେ ଏନଡିଏ ପାଖରେ ୧୧୨  ଓ ବିରୋଧୀଙ୍କ ପାଖରେ ୮୫ ଆସନ
-ଲୋକସଭାରେ ଏନଡିଏ ପାଖରେ ୨୯୨ ଆସନ
-ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ବିଲ ଆଇନରେ ପରିଣତ ହେବ
-ପାର୍ଲାମେଂଟରେ  ଦୁଇ-ତୃତୀୟାଂଶ  ସମର୍ଥନ ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ
-ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ କଂଗ୍ରେସ ସମେତ ୧୫ ଦଳର ବିରୋଧ
-୩୨ ରାଜନୈତିକ ଦଳର ପ୍ରସ୍ତାବକୁ ସମର୍ଥନ