କନକ ବ୍ୟୁରୋ : ଏମିତି ଏକ ଖବର, ଯାହା ଆପଣଙ୍କୁ ଭୟଭୀତ କରିଦେବ । ଆପଣଙ୍କ ଛାତି ଥରାଇ ଦେବ । ଏପରି ଏକ ବର୍ବର କାଣ୍ଡ ଘଟିଛି ବଲାଙ୍ଗୀର ଲୋଇସିଂହାରେ । ଜଣେ ବୃଦ୍ଧଙ୍କୁ ନିଶା ଦେଇ ତାଙ୍କର ଆଖି ତାଡି ନେବାକୁ ଉଦ୍ୟମ ହୋଇଛି । ବୃଦ୍ଧ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଆଧାରରେ, ଲୋଇସିଂହା ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଛି । କିଏ ଏବଂ କାହିଁକି ଏଭଳି କଲେ କାରଣ ଅସ୍ପଷ୍ଟ ରହିଛି । କେବଳ ଜଣେ ବୃଦ୍ଧଙ୍କ ସହ ଏପରି ବର୍ବର କାଣ୍ଡ ଘଟାଇବା ପାଇଁ ଯୋଜନା କରାଯାଇଥିଲା ନା ଆଗରୁ ବି ଏପରି କରିସାରିଛନ୍ତି ଦୁର୍ବୃତ୍ତ ଏନେଇ କୌଣସି ସ୍ପଷ୍ଟ ତଥ୍ୟ ହାତରେ ଲାଗିନଥିବା ବେଳେ ଲୋଇସିଂହା ଥାନା ପୋଲିସ ଘଟଣାକୁ ନେଇ ଛାନଭିନ୍ କରୁଛି ।