ଭୂତକୋଠି ପାଲଟିଛି ମିଶନ ଶକ୍ତି ଗୃହ । ୩ ବର୍ଷ ତଳୁ ନିର୍ମାଣ ସରିଥିଲେ ବି ହୋଇନି କାର୍ୟ୍ୟକ୍ଷମ, ଦୁର୍ନୀତି ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ

 ମିଶନଶକ୍ତି ମହିଳାଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ଯୋଜନା କରିଥିଲେ ପୂର୍ବ ସରକାର। ହେଲେ ୩ବର୍ଷ ପରେ ବି ଏଗୁଡ଼ିକ କାର୍ୟ୍ୟକ୍ଷମ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ କହିଛନ୍ତି, କାମ ସାରି ସିଡ଼ିପିଓଙ୍କୁ ଚାବି ହସ୍ତାନ୍ତର କରିଦେଇଛନ୍ତି। 

gdfgdffffg

କନକ ବ୍ୟୁରୋ : ଅଦରକାରୀ ହୋଇ ପଡ଼ିଛି ୧୧ଟି ମିଶନଶକ୍ତି ଗୃହ। ଗଞ୍ଜାମ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଆସିଛି ଏପରି ଦୃଶ୍ୟ। ମୁକ୍ତା ଯୋଜନା ମାଧ୍ୟମରେ ମିଶନଶକ୍ତି ଗୃହ ନିର୍ମାଣ କରାଗଲା। ୭୭ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ହେଲେ ୨୦୨୨ରୁ ନିର୍ମାଣ କାମ ସରିଥିଲେ ମଧ୍ୟ ଘରଗୁଡ଼ିକ କାର୍ୟ୍ୟକ୍ଷମ ହୋଇପାରୁନାହିଁ। ୧୧ଟିରୁ ୮ଟି ଘର କାମ ସରିଛି ହେଲେ ବ୍ୟବହାର ନହେବାରୁ ସେଥିରେ ଗଛ ଲତା ମାଡିଗଲାଣି। ଆଉ ବାକି ୩ଟି ଘର କାମ ଅଧାରୁ ବନ୍ଦ କରିଦିଆଯାଇଛି। ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିମିଶି ସରକାରୀ ଅର୍ଥ ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

 ମିଶନଶକ୍ତି ମହିଳାଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ଯୋଜନା କରିଥିଲେ ପୂର୍ବ ସରକାର। ହେଲେ ୩ବର୍ଷ ପରେ ବି ଏଗୁଡ଼ିକ କାର୍ୟ୍ୟକ୍ଷମ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ କହିଛନ୍ତି, କାମ ସାରି ସିଡ଼ିପିଓଙ୍କୁ ଚାବି ହସ୍ତାନ୍ତର କରିଦେଇଛନ୍ତି। 

ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ମିଶନଶକ୍ତି ଗୃହ ଧୀରେଧୀରେ ଖତ ହେବାକୁ ବସିଲାଣି। ତେଣୁ ଖୁବଶୀଘ୍ର ଘରଗୁଡିକ ବ୍ୟବହାର କରାଗଲେ ସରକାରୀ ଅର୍ଥ ଅପଚୟକୁ ରୋକାଯାଇ ପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe