କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଅଁଳା ବାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଉପରେ ଚଢିଗଲା ତେଲ ଟ୍ୟାଙ୍କର । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଚଣ୍ଡିଖୋଲରୁ କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥିବା ଏକ ବାଇକକୁ ତେଲ ଟ୍ୟାଙ୍କର ପଛ ପଟୁ ଧକ୍କା ଦେଇଥିଲେ।
ମୃତକ ହେଉଛନ୍ତି, କୁଜଙ୍ଗର ଭବାନୀ ପ୍ରସାଦ ମହାପାତ୍ର ଓ ଅନ୍ୟ ଚାନ୍ଦବାଲି ଅଞ୍ଚଳର ବୋଲି ଜଣାପଡିଛି । ଧକ୍କା ଦେଇଥିବା ଗାଡିକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ବିଳମ୍ୱରେ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/LvJ0t9J3zKVfWwpz2dYQ.jpg)