ଓଲଟିଲା ତେଲ ଟ୍ୟାଙ୍କର ; ନିଶ୍ଚିନ୍ତ କୋଇଲି ପିପି କଲେଜ ଆଗରେ ଦୁର୍ଘଟଣା

ଓଲଟିଲା ତେଲ ଭର୍ତ୍ତି ଟ୍ୟାଙ୍କର  । କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ପିପି କଲେଜ ସାମ୍ନାରେ ଭାରସ୍ୟମ ହରାଇ ରାସ୍ତା ତଳକୁ ଓଲଟିପଡିଛି ଅଏଲ ଟ୍ୟାଙ୍କାର । କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ।

ତେଲ ଟ୍ୟାଙ୍କର

ତେଲ ଟ୍ୟାଙ୍କର Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଓଲଟିଲା ତେଲ ଟ୍ୟାଙ୍କର । କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ପିପି କଲେଜ ସାମ୍ନାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଓଲଟିପଡିଛି । କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ଟ୍ୟାଙ୍କରା କ୍ଷ ଟ୍ୟାଙ୍କରରେ ତେଲ ଲିକ କରୁଥିବା ଦେଖିବାକୁ ମିଳିଛି । ଟ୍ୟାଙ୍କରରେ ତେଲ ଫୁଲ ରହିଥିବା ବେଳେ ତାହା ବିପଦ ପୂର୍ଣ ରହିଛି। ଏସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଛାନଭିନ ଆରମ୍ଭ କରିଛି  । ସେଥିପାଇଁ ପୋଲିସ ଫୋର୍ସ ମୃତୟନ କରିବା ସହିତ ଲୋକ ମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe