କନକ ବ୍ୟୁରୋ: ଓଲଟିଲା ତେଲ ଟ୍ୟାଙ୍କର । କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ପିପି କଲେଜ ସାମ୍ନାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଓଲଟିପଡିଛି । କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ଟ୍ୟାଙ୍କରା କ୍ଷ ଟ୍ୟାଙ୍କରରେ ତେଲ ଲିକ କରୁଥିବା ଦେଖିବାକୁ ମିଳିଛି । ଟ୍ୟାଙ୍କରରେ ତେଲ ଫୁଲ ରହିଥିବା ବେଳେ ତାହା ବିପଦ ପୂର୍ଣ ରହିଛି। ଏସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଛାନଭିନ ଆରମ୍ଭ କରିଛି  । ସେଥିପାଇଁ ପୋଲିସ ଫୋର୍ସ ମୃତୟନ କରିବା ସହିତ ଲୋକ ମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।