କନକ ବ୍ୟୁରୋ: ଇଡିର ଡେପୁଟି ଡାଇରେକ୍ଟରଙ୍କୁ ବାନ୍ଧିଲା ସିବିଆଇ । ଗତକାଲି ଲାଞ୍ଚ ନେବା ବେଳେ ଇଡିର ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ କାବୁ କରିଥିଲା ସିବିଆଇ ଟିମ୍ । ୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଥିଲେ ସିବିଆଇ ଟିମ୍ । ଆଜି ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ଗିରଫ ଦର୍ଶାଇଛି ।
ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମଳିଛି । ଜଣେ ବ୍ୟବସାୟୀଙ୍କୁ ରେଡ୍ କରିବା ଭୟ ଦେଖାଇ ଏକ କୋଟି ଟଙ୍କା ଦାବି କରୁଥିଲେ ଇଡିର ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ନେବା ବେଳେ ସହିଦ ନଗର ଠାରେ ମାଡି ବସିଥିଲା ସିବିଆଇ ଟିମ୍ । ତାଙ୍କର ଜଣେ ଦଲାଲ ମାଧ୍ୟମରେ ଏହି ଲାଞ୍ଚ ନେଉଥିଲେ ଚିନ୍ତନ ରଘୁବଂଶୀ ।