ମହାରାଷ୍ଟ୍ରରେ ବଢୁଛି ଜିବିଏସ ବ୍ୟାକ୍ଟେରିଆ ସଂକ୍ରମିତଙ୍କ ସଂଖ୍ୟା, ୫ ମୃତ । ରାଜସ୍ଥାନ, ତେଲେଙ୍ଗାନା, ଆସାମ, ପଶ୍ଚିମବଙ୍ଗକୁ ମାଡୁଛି ଜିବିଏସ୍

ଏହାସହ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଇସିୟୁରେ ୪୭ ରୋଗୀ ଭର୍ତ୍ତି ଅଛନ୍ତି। ୨୧ ଜଣ ରୋଗୀ ଭେଣ୍ଚିଲେଟର ସପୋର୍ଟରେ ଅଛନ୍ତି। ଏହାସହ ୪୭ ଜଣ ରୋଗୀ ସୁସ୍ଥ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସାରିଛନ୍ତି। ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ରାଜ୍ୟକୁ ବି ବ୍ୟାପିଲାଣି ଜିବିଏସ୍। ୪ଟି ଭିନ୍ନ ରାଜ୍ୟରୁ ଜିବିଏସ୍ ମାମଲା ସାମ୍ନାକୁ ଆସିଛି।

fdfas

agfgeag Photograph: (agdf)

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଗୁଡ୍‌ଲେନ୍-ବେରୀ ସିଣ୍ଡ୍ରୋମ୍‌ର ମାମଲା ବଢ଼ିବାରେ ଲାଗିଛି। ପୁଣେ, ପେମ୍ପରି ଚିଞ୍ଚୱାଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଲାଣି। ଏହାସହ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଇସିୟୁରେ ୪୭ ରୋଗୀ ଭର୍ତ୍ତି ଅଛନ୍ତି। ୨୧ ଜଣ ରୋଗୀ ଭେଣ୍ଚିଲେଟର ସପୋର୍ଟରେ ଅଛନ୍ତି। ଏହାସହ ୪୭ ଜଣ ରୋଗୀ ସୁସ୍ଥ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସାରିଛନ୍ତି। ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ରାଜ୍ୟକୁ ବି ବ୍ୟାପିଲାଣି ଜିବିଏସ୍। ୪ଟି ଭିନ୍ନ ରାଜ୍ୟରୁ ଜିବିଏସ୍ ମାମଲା ସାମ୍ନାକୁ ଆସିଛି। ତେଲେଙ୍ଗାନାରେ ଜଣଙ୍କ ପାଖରେ ଜିବିଏସ୍ ଚିହ୍ନଟ ହୋଇଛି। ସେହିପରି ଆସାମରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ଜିବିଏସ୍‌ରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନ୍ୟ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହିପରି ପଶ୍ଚିମବଙ୍ଗରେ ଜିବିଏସ୍‌ରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ତେବେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇ ନାହିଁ। ସେହିପରି ରାଜସ୍ଥାନ ଜୟପୁରରେ ଜଣେ ଶିଶୁର ଜିବିଏସ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe