ନିୟନ୍ତ୍ରଣକୁ ଆସୁନି କୁଷ୍ଠ ରୋଗ: ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୬୯୨

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଜେଡି ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନ । ଅନନ୍ତ ଜେନା କହିଛନ୍ତି କି, ଓଡିଶା ରାଜ୍ୟକୁ କୁଷ୍ଠ ମୁକ୍ତ କରିବା ପାଇଁ ଘୋଷଣା କରିବା ବେଳେ ୨୦୦୬ ମସିହାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା କେତେ ଥିଲା?

SCS

Photograph: (KANAK NEWS)

କନକ ବ୍ୟୁରୋ: ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଜେଡି ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନ । ଅନନ୍ତ ଜେନା କହିଛନ୍ତି କି, ଓଡିଶା ରାଜ୍ୟକୁ କୁଷ୍ଠ ମୁକ୍ତ କରିବା ପାଇଁ ଘୋଷଣା କରିବା ବେଳେ ୨୦୦୬ ମସିହାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା କେତେ ଥିଲା? ତାପରଠାରୁ କେଉଁ କେଉଁ ମସିହାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ଗଣନା କରାଯାଇଥିଲା, ସେମାନଙ୍କ ବର୍ଷଓ୍ୱାରୀ ସଂଖ୍ୟା କେତେ? ୨୦୨୩-୨୪ ବର୍ଷ ପର୍ଯ୍ୟନ୍ତ ଗଣନା ଅନୁଯାୟୀ ମୋଟ କୃଷ୍ଠରୋଗୀଙ୍କ ସଂଖ୍ୟା କେତେ? ଭୁବନେଶ୍ବରରେ ସେମାନଙ୍କର ବର୍ତ୍ତମାନର ସଂଖ୍ୟା କେତେ? ୨୦୦୬-୦୭ ଆର୍ଥିକ ବର୍ଷଠାରୁ ପ୍ରତିବର୍ଷ କେତେ ଲେଖାଏଁ ଅନୁଦାନ ୨୦୨୪-୨୫ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ଆସିଛି ।

 ତେବେ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୧ ଲକ୍ଷ ୪୩ ହଜାର ୬୯୨ ଜଣ କୁଷ୍ଠ ରୋଗୀ ରହିଛନ୍ତି । ୨୦୦୬-୨୦୦୭ରେ ୫, ୦୮୮ ଜଣ କୁଷ୍ଠ ରୋଗୀ ଥିବା ବେଳେ ୨୦୧୮-୧୯ରେ ସର୍ବାଧିକ ୧୦ ହଜାର ୭୮୬ ଜଣ କୁଷ୍ଠ ରୋଗୀ ଥିଲେ । ୨୦୨୩-୨୪ରେ ଏହା କମି ୮ ହଜାର ୩୯୬ରେ ପହଞ୍ଚିଥିଲା । ସେହିପରି ୨୦୦୬-୦୭ରେ କୁଷ୍ଠ ରୋଗୀଙ୍କ ପାଇଁ ୩୯୦.୯୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ୧୪୩୯.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ସବୁ ଅନୁଦାନ ଜାତୀୟ ନିରାକରଣ କାର୍ଯ୍ୟକ୍ରମ ଅଧିନରେ ଥିବା ବିଭିନ୍ନ କାର୍ୟ୍ୟ ଯଥା କୁଷ୍ଠ ରୋଗୀ ଚିହ୍ନଟ, ପୁନଃକ୍ଷମ ଅସ୍ତ୍ରୋପଚାର, କୁଷ୍ଠ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ରୋଗ ପ୍ରତିଷେଧକ କାର୍ଯ୍ୟକ୍ରମ ଓ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe