କନକ ବ୍ୟୁରୋ : ପ୍ରକୃତି ପୁରୀକୁ ସର୍ବୋତ୍କୃଷ୍ଟ ବେଳାଭୂମି ଭେଟି ଦେଇଛି । ଆସ୍ଥାର କେନ୍ଦ୍ର ଶ୍ରୀକ୍ଷେତ୍ର, ସୁଦୃଶ୍ୟ ମହୋଦଧି ଓ ଚମତ୍କାର ବେଳାଭୂମି ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ ।ପର୍ଯ୍ୟଟନର ଢେର୍ ସମ୍ଭାବନା ଥିବା ପୁରୀକୁ ଓଡ଼ିଶାର ସିଂହଭାଗ ପର୍ଯ୍ୟଟକ ଆସନ୍ତି । କିନ୍ତୁ ଏବେ କିଛି ବର୍ଷ ହେଲା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି ।
୨୦୨୨ ମସିହାରେ ୨୧, ୪୨, ୦୧୧ଜଣ ପର୍ଯ୍ୟଟକ ପୁରୀର ବିଭିନ୍ନ ହୋଟେଲରେ ରହିଥିଲେ
ସେମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୪,୫୯୫
୨୦୨୧ ମସିହାରେ କେବଳ ୧୯୦ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ
୨୦୨୦ରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି
ପୁରୀକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୭୦ ପ୍ରତିଶତ ହ୍ରାସ ହୋଇଛି
ପୁରୀରେ ପରିକ୍ରମା ପ୍ରକଳ୍ପ ହେବା ପରଠୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି । କିନ୍ତୁ ଆବଶ୍ୟକୀୟ ଭିତ୍ତିଭୂମୀ ନଥିବାରୁ ବିଦେଶୀ ପର୍ଯ୍ୟଟକ ମୁହଁ ଫେରାଇ ନେଉଥିବା କୁହାଯାଉଛି।
ପୁରୀକୁ ପର୍ଯ୍ୟଟକର ପେଣ୍ଠସ୍ଥଳୀ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଭିତ୍ତିଭୂମିରେ ଉନ୍ନତି ହୋଇଛି, କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କିଛି ବି କରାଯାଇ ନାହିଁ । ପୁରୀରେ ମୋଟ ୨୧ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିହ୍ନଟ ହୋଇଥିବା ବେଳେ ଦୁଇଟି କଳାଗ୍ରାମର ପ୍ରସିଦ୍ଧି ଦେଶ ଓ ଦେଶ ବାହାରେ ବୃଦ୍ଧି ପାଇଛି ।
୨୦୨୨ ମସିହାରେ କୋଣାର୍କ ବୁଲିବାକୁ ଆସିଥିଲେ ୧୫, ୮୮, ୩୨୬ପର୍ଯ୍ୟଟକ
ସାତପଡ଼ାସ୍ଥିତ ଚିଲିକାକୁ ଆସିଥିଲେ ୨,୪୭,୬୩୦ ଜଣ
୨୦୨୨ରେ ଓଡ଼ିଶାକୁ ୭୮, ୯୦,୦୩୦ ପର୍ଯ୍ୟଟକ ଆସିଥିଲେ
ସେଥିମଧ୍ୟରୁ ୨୫% ପର୍ଯ୍ୟଟକ ପୁରୀକୁ ଭ୍ରମଣରେ ଆସିଛନ୍ତି
ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପୁରୀରେ ଭିତ୍ତିଭୂମି ବଢ଼ାଇବା ନେଇ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉନଥିବା ଅଭିଯୋଗ ଆଣିଛନ୍ତି ଟୁର ଅପରେଟର ।
ଶ୍ରୀକ୍ଷେତ୍ରର ୭୦ ପ୍ରତିଶତ ରୋଜଗାରର ମାଧ୍ୟମ ହେଉଛି ପର୍ଯ୍ୟଟକଙ୍କ ଶିଳ୍ପ । ପୂର୍ବରୁ ବାର୍ଷିକ ୭୫ଲକ୍ଷ ପର୍ଯ୍ୟଟକ ପୁରୀକୁ ଆସୁଥିଲେ । ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି କିନ୍ତୁ କମୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା । ଯାହାର ସିଧା ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡୁଛି । ।