କନକ ବ୍ୟୁରୋ: ବଉଳାକୁମ୍ଭୀର ଓ ଅଲିଭରିଡଲେଙ୍କ ପାଇଁ ଭିତରକନିକା ବିଶ୍ୱ ପ୍ରାକୃତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଭିତରକନିକା ପରିଚୟରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି । ଓଡିଶାରେ ଗତ ୬ ବର୍ଷ ହେଲା ସବୁଠୁ ଅଧିକ ପ୍ରଜାତିର ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳୁଛି ।
ଚଳିତ ବର୍ଷ ଗଣନା ରିପୋର୍ଟ ଅନୁଯାୟୀ, ସାରା ଓଡିଶାରେ ୭୧୦ ଟି ଡଲଫିନ ଦେଖିବାକୁ ମିଳିଥିବାବେଳେ କେବଳ ଭିତରକନିକରେ ୫୦୫ ଟି ଡଲଫିନ ଚିହ୍ନଟ କରାଯାଇଛି । କେବଳ ଭିତରକନିକାର ଗହୀରମଥାରେ ୪ ପ୍ରଜାତିର ଡଲଫିନ ଦେଖିବାକୁ ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଜାନୁୟାରୀ ୨୭ ରୁ ୨୯ ତାରିଖ ଯାଏଁ ଡଲଫିନ ଗଣନା କରାଯାଇଥିଲା । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲଫିନ ଗଣନା କରିଥିଲେ । ତେବେ ଭିତରକନିକାରେ ଏତେ ସଂଖ୍ୟକ ଡ଼ଲଫିନ ପ୍ରତି ବର୍ଷ ଦେଖା ଯାଉଥିବାରୁ ଏହା ଭିତରକନିକା ପାଇଁ ଏକ ସମ୍ଭାବନା ସୃଷ୍ଟି କରିଛି । ର୍ଯ୍ୟ