ଅଣାୟତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ସହରରୁ ଗାଁ ସବୁଠି ଏଡିସ୍ ମଶାର ରାଜୁତି

Advertisment

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏବେ ଡେଙ୍ଗୁର ପିକ୍ ପିରିୟଡ। ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ରହିଛି ଖୋର୍ଦ୍ଧା। ବଡ଼କଥା ହେଉଛି ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ଯେପରି ରହିଛି ଏହାକୁ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏବେ ଡେଙ୍ଗୁର ପିକ୍ ପିରିୟଡ। ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ରହିଛି ଖୋର୍ଦ୍ଧା। ବଡ଼କଥା ହେଉଛି ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ଯେପରି ରହିଛି ଏହାକୁ ନେଇ ପ୍ରଶ୍ନ ଉଠିଛି।

dengue increased

କନକ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏବେ ଡେଙ୍ଗୁର ପିକ୍ ପିରିୟଡ। ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ରହିଛି ଖୋର୍ଦ୍ଧା। ବଡ଼କଥା ହେଉଛି ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ଯେପରି ରହିଛି ଏହାକୁ ନେଇ ପ୍ରଶ୍ନ ଉଠିଛି।

  • ରାଜ୍ୟରେ ଅଣାୟତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା
  • ସହରରୁ ଗାଁ ସବୁଠି ଏଡିସ୍ ମଶାର ରାଜୁତି

ରାଜ୍ୟରେ ବେଲଗାମ ଡେଙ୍ଗୁ ସ୍ଥିତି। ସହରରୁ ଗାଁ ସବୁଠି ଏଡିସ ମଶାର ରାଜୁତି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୈନିକ ଶହ ଶହ ରୋଗୀ ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୦ ହଜାର ଲୋକଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ହଜାର ୭୫୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାପଛକୁ ଖୋର୍ଦ୍ଧାରେ ୮୩୭ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ କେବଳ ଭୁବନେଶ୍ୱରରେ ୫୦୦ ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି।

  • ରାଜଧାନୀରେ ପରିମଳ ବ୍ୟବସ୍ଥା ପ୍ରତି ନାହିଁ ନିଘା
  • ଉପାନ୍ତରେ ଚିକିତ୍ସା ପାଇଁ ଲୋକଙ୍କ ଭରସା କ୍ୱାକ!

ଜୁଲାଇରୁ ଅକ୍ଟୋବର ମାସ ବିଶେଷତଃ ଡେଙ୍ଗୁ ପିକ୍ ପିରିୟଡ଼। ହେଲେ ରାଜଧାନୀରେ ମୁକୁଳା ପଡିଛି ନାଳ ଏବଂ କୁଢ କୁଢ ଅଳିଆ ରାସ୍ତା ଉପରେ ଫିଙ୍ଗି ଦିଆଯାଇଛି। ଡେଙ୍ଗୁ ଖୋର୍ଦ୍ଧା ଜିଲ୍ଲାରେ ପିକରେ ଥିବା ବେଳେ  ଭୁବନେଶ୍ବର  ସ୍ଥିତି ସଙ୍ଗୀନ। ସେପଟେ କୋରାପୁଟ ଜିଲ୍ଳାର ନାରାୟଣପାଟଣା ବ୍ଲକରେ ଡ଼େଙ୍ଗୁ ଆତଙ୍କ ଦେଖାଦେଇଛି।  ଗତ ୩ ଦିନରେ ୨ ଜଣ ପ୍ରାଣ ହରାଇଛନ୍ତି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ନାରାୟଣ ପାଟଣାରେ ସ୍ୱାସ୍ଥ୍ୟ ସେବା ଠିକ ଭାବେ ମିଳୁ ନଥିବା ଅଭିଯୋଗ ହୋଇଛି। ଚିକିତ୍ସା ପାଇଁ କ୍ୱାକ୍ ଉପରେ ଭରସା କରୁଛନ୍ତି ଅଞ୍ଚଳବାସୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe