ପିପିଲିରେ ବଢ଼ିଚାଲିଛି ଦୁଷ୍କର୍ମ ଭଳି ଅପରାଧର ସଂଖ୍ୟା, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରିଲେଣି ଅଭିଭାବକ

୨ ମାସ ଭିତରେ ୫ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ, ମେ ୨୫ରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ

crime pipili

Photograph: (KANAK NEWS)

କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ବିଶେଷ କରି ନାବାଳିକାଙ୍କୁ ଦୁଷ୍କର୍ମ ଓ ମହିଳାଙ୍କୁ ନିର୍ଯାତନା ଘଟଣା ବଢିଚାଲିଛି । ଏଇ ୨ ମାସ ଭିତରେ ୫ ଜଣ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିଛି । ସବୁ ଘଟଣା ପିପିଲି ଥାନା ଅଞ୍ଚଳରେ ଘଟିଛି । କେତେବେଳେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛନ୍ତି ତ ଆଉ କେତେବେଳେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଆଉ କେବେ ନାବାଳକକୁ ଅପ୍ରାକୃତିକ ଯୌନ ଶୋଷଣ ଅଭିଯୋଗ । ଦିନକ ତଳେ ରବିବାର ଦିନ ପିପିଲିରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ ହୋଇଥିଲା । ସେହିଦିନ ତେଇଶିପୁର ପଞ୍ଚାୟତର ଜଣେ ମହିଳା ଆର.ଆଇଙ୍କୁ ପିପିଲି ଅତିରିକ୍ତ ତହସିଲଦାର ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ପରେ ଅତିରିକ୍ତ ତହସିଲଦାରଙ୍କୁ ବଦଳି କରାଯାଇଛି । ଏ ସମସ୍ତ ଘଟଣାରେ ପୁଲିସ କେବଳ ଅଭିଯୁକ୍ତଙ୍କୁ ଗିରଫ କରି ଚୁପ୍ ବସିଯାଉଛି । କିନ୍ତୁ ଏହାକୁ ନେଇ ପିପିଲି ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକମାନେ ନିନ୍ଦା କରୁଛନ୍ତି । ଏବେ ପିପିଲି ଅଞ୍ଚଳରେ ଆଇନଶୃଙ୍ଖଳା ସ୍ଥିତି ଏମିତି ବିଗିଡ଼ି ଗଲାଣି ଯେ, ପିଲାଙ୍କୁ ଟ୍ୟୁସନ୍ ଓ ସ୍କୁଲ ପଠାଇବାକୁ ଅଭିଭାବକମାନେ ଡରିଲେଣି । ରାଜ୍ୟ ବିଜେଡିର ବରିଷ୍ଠ ନେତାମାନେ ଆଜି ଏ ପ୍ରସଙ୍ଗରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଏବଂ ପୁରୀ ଏସପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । 

ପିପିଲିରେ ବିଗୁଡ଼ୁଛି ଆଇନଶୃଙ୍ଖଳା ପରିସ୍ଥିତି
୨ ମାସ ଭିତରେ ୫ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ
ମେ ୨୫ରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ
ମେ ୧୨ରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଫେରିବାଲା ଗିରଫ
ମେ ୧୩ରେ ନାବାଳିକାକୁ ନିର୍ଯାତନା ଅଭିଯୋଗ
ମେ ୧୪ରେ ୧୬ ବର୍ଷୀୟା ଝିଅକୁ ସମ୍ପର୍କୀୟ ଦାଦାଙ୍କ ଦୁଷ୍କର୍ମ ଅଭିଯୋଗ
ଏପ୍ରିଲ ୩୦ରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ମାର୍ଚ୍ଚ ୨୧ରେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ
ଡେଲାଙ୍ଗ ରତନପୁରରେ ୧୧ ବର୍ଷୀୟ ନାବାଳକକୁ ଅପ୍ରାକୃତିକ ଯୌନ ଶୋଷଣ
ପାଇଖାନା ଟାଙ୍କିରୁ ମିଳିଥିଲା ମୃତଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe