କନକ ବ୍ୟୁରୋ; ଧୀରେଧୀରେ କମୁଛି ଗାଈଗୋରୁଙ୍କ ସଂଖ୍ୟା । ବଳଦଙ୍କ ସଂଖ୍ୟା ସବୁଠାରୁ କମ୍ । ଆଉ ବଳଦ ନାହାନ୍ତି କି ଚାଷ ଜମିରେ ହଳ ହେଉନି । ଶଗଡ଼ ବି ଦେଖିବାକୁ ମିଳୁନାହିଁ । ବଳଦଙ୍କ ସ୍ଥାନରେ ଚାଷୀ ଟ୍ରାକ୍ଟର, ପାୱାର ଟିଲରରେ ଚାଷ ଜମି ହଳ କରୁଛନ୍ତି । କେବଳ ଗହ୍ମାପୂର୍ଣ୍ଣିମା ଓ ଅକ୍ଷୟ ତୃତୀୟାରେ କିଛି କିଛି ସ୍ଥାନରେ ହଳଲଙ୍ଗଳ ସହ ବଳଦଙ୍କୁ ଦେଖିବାକୁ ମିଳେ । ତେବେ ଆଜିର ତଥ୍ୟ ସମସ୍ତଙ୍କୁ ଚକିତ କରିଦେବ ।
ଗତ ୫ ବର୍ଷରେ ଗୋରୁଙ୍କ ସଂଖ୍ୟା କମିଯାଇଛି ଦେଢ଼ ଲକ୍ଷ । ଗୃହପାଳିତ ଗୋରୁଙ୍କ ସଂଖ୍ୟା କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଞ୍ଜାମ ଜିଲ୍ଲାର ୩ଟି ଯାକ ସବ୍ଡିଭିଜନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ବୁଲା ଗୋରୁଙ୍କ ସଂଖ୍ୟା ତ କମିଛି, ତା ସହ ଗୁହାଳରୁ ଗୋରୁ ବି କମିଛନ୍ତି। ୨୦୨୦ ପ୍ରାଣୀସମ୍ପଦ ଗଣନା ଓ ୨୦୨୫ ପ୍ରାଣୀସମ୍ପଦ ଗଣନା ତୁଳନା କଲେ ଏହା ସ୍ପଷ୍ଟ ଜଣାପଡୁଛି ।
୨୦୨୦ ପ୍ରାଣୀସମ୍ପଦ ତାଲିକାରେ ଗୋରୁ
ଜର୍ସି - ୨୭, ୦୦୧
ଦେଶୀ - ୪,୧୮,୯୧୨
ମୋଟ - ୪, ୪୫, ୯୧୩
୨୦୨୫ ପ୍ରାଣୀସମ୍ପଦ ତାଲିକାରେ ଗୋରୁ
ଜର୍ସି - ୨୩,୭୭୫
ଦେଶୀ - ୪୮,୪୮୮
ଚିହ୍ନଟ ହୋଇନଥିବା- ୨, ୩୩, ୬୫୨
ମୋଟ - ୩, ୦୫, ୯୧୫
କମିଲା - ୧, ୩୯, ୯୯୮
ସମ୍ଭାବ୍ୟ କାରଣ
- ଦାଦନ ମୁହାଁ ଗୋପାଳକ
- ଗୋପାଳନରେ କ୍ଷତି
- ଗୋ-ଚାଲାଣ ବୃଦ୍ଧି
- ଚାରଣଭୂମିର ଅବକ୍ଷୟ
- ଅନ୍ୟ ବ୍ୟବସାୟକୁ ପ୍ରୋତ୍ସାହନ