କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ଏନଏସଜି ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ରୁଟିନ୍ ଯାଞ୍ଚ କରିଛନ୍ତି ଏନଏସଜି ଟିମ୍ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ଏହାସହିତ ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ଏହି କେନ୍ଦ୍ରୀୟ ସୁରକ୍ଷା ଟିମ୍ । ଦୀର୍ଘ ବର୍ଷଧରି ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ଯାଞ୍ଚ କରାଯାଉଛି । ଅନ୍ୟପଟେ ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିଥିବାରୁ ଶ୍ରୀମନ୍ଦିରରେ ସୁରକ୍ଷା ନିହାତି ଆବଶ୍ୟକ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ଏନଏସଜିର ଏହି ଯାଞ୍ଚ ପ୍ରକ୍ରିୟା ବେଶ ଗୁରୁତ୍ବ ବହନ କରୁଛି । ଶ୍ରୀମନ୍ଦିର ସୁରକ୍ଷାରେ ବର୍ତ୍ତମାନ ୧୨ ପ୍ଲାଟୁନ ଫୋର୍ସ ରହିଛନ୍ତି । HHMDମେସିନ ଓ DFMD ମେସିନ ମାଧ୍ୟମରେ ସୁରକ୍ଷା ଯାଞ୍ଚ କରାଯାଉଛି । ଏହାସହ ସ୍ବତନ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ ହୋଇଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରୁଛନ୍ତି ଏନଏସଜି ଟିମ୍: ସୁରକ୍ଷା ଦୃଷ୍ଟିକୋଣରୁ କରୁଛନ୍ତି ରୁଟିନ୍ ଯାଞ୍ଚ
ପୁରୀ ଶ୍ରୀମନ୍ଦିରରେ ଏନଏସଜି ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ରୁଟିନ୍ ଯାଞ୍ଚ କରିଛନ୍ତି ଏନଏସଜି ଟିମ୍ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।
/kanak/media/media_files/2025/05/06/8MZnKQCdupoqGdtEOuGn.jpg)