କନକ ବ୍ୟୁରୋ : ଘୋଷଣା ହୋଇଛି ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର । ୨୦୨୪ ବର୍ଷ ପାଇଁ ୨ ଜଣ ମିଳିତ ଭାବେ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର । ପଦାର୍ଥ ବିଜ୍ଞାନୀ ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିବ । ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ । ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି ।
ଜନ ହୋପଫିଲ୍ଡ ଏମିତି ଏକ ନେଟୱର୍କ ତିଆରି କରିଥିଲେ ଯାହା ଷ୍ଟୋରିଂ ଓ ରିକନଷ୍ଟ୍ରଟିଂ ମେଥଡରେ ବ୍ୟବହାର ହେଉଥିଲା । ଏହା ଜରିଆରେ ନୋଡେସକୁ ପିକ୍ସେଲ୍ସ ଭାବେ ଦେଖାଯାଏ । ଜେଫ୍ରୀ ହିନଟନ ହୋପଫିଲ୍ଡ ନେଟୱର୍କ ତିଆରି କରିଥିଲେ । ଏହାଦ୍ୱାରା ସେ ଗୋଟିଏ ନୂଆ ମଡେଲ ସୃଷ୍ଟି କରିଥିଲେ ଯାହା ସ୍ୱତନ୍ତ୍ର ଡାଟାକୁ ଜାଣିବା ପାଇଁ ଏହା ବ୍ୟବହାର ହୋଇଥାଏ । ୨୦୨୩ରେ ୩ ଜଣଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିଥିଲା । ପିଏରେ ଆଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ 'ହୁଇଲିଅର ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ମିଳିଥିଲା । ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ମିଳିଥିଲା ।