କନକ ବ୍ୟୁରୋ : ଲୋକଙ୍କ ହିତ ପାଇଁ ନୀଳଗିରିରେ ରାଜା ପ୍ରସ୍ତୁତ କରିଥିବା ବନ୍ଧ ଆଜି ଜରାଜୀର୍ଣ୍ଣ । ଇତିହାସରୁ ଜଣାଯାଏ, ୧୯୨୫ରୁ ୧୯୩୦ମଧ୍ୟରେ ତତ୍‌କାଳୀନ ରାଜା କିଶୋରଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଖମଖୁଟ ବନ୍ଧ ନିର୍ମାଣ କରିଥିଲେ । ବନ୍ୟଜନ୍ତୁ ଓ ଚାଷୀଙ୍କ ଉଦେଶ୍ୟରେ ପ୍ରସ୍ତୁତ ବନ୍ଧ ଏବେ ବିକାଶ ଅପେକ୍ଷାରେ। ଭଗ୍ନ ଅବସ୍ଥାରେ । ଏହି ଡ୍ୟାମଟି କୁଳଡ଼ିହା ଅଭୟାରଣ୍ୟର ସୀମାନ୍ତରେ ରହିଛି । ଅଭୟାରଣ୍ୟର ଜୀବଜନ୍ତୁଙ୍କୁ ପାଣି ଯୋଗାଇବା ସହ ୨ଟି ପଞ୍ଚାୟତର ଚାଷ ଜମିକୁ ଜଳ ଯୋଗାଇଥାଏ । 

Advertisment

ପ୍ରତିବର୍ଷ ଏଠାକୁ ପର୍ଯଟକମାନେ ଆସିଥାନ୍ତା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ବଣଭୋଜି ସାଙ୍ଗକୁ ଡ୍ୟାମର ମଜା ନେଇଥାନ୍ତି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଧିରେଧିରେ ପୋତି ହୋଇଗଲାଣି । ଫଳରେ ଶୀତ ନସରୁଣୁ ବନ୍ଧ ଶୁଖିଯାଉଛି । ଖମଖୁଟ ବନ୍ଧର ପୁନରୁଦ୍ଧାର ପାଇଁ ୨୦୨୧ରେ ୧୧ ଲକ୍ଷ ଟଙ୍କା ଆସିଥିଲା । ତାହାର ସଠିକ ବିନିଯୋଗ ହୋଇନପାରି ଫେରିଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ୧କୋଟି ୫୦ ଲକ୍ଷ କୋଟି ଟଙ୍କା ଆସିଥିଲା । କେବଳ ମାଟି କାମ ହୋଇଥିବା ବେଳେ ବନବିଭାଗର କଟକଣା ଯୋଗୁଁ ବାକି ଟଙ୍କା ଖର୍ଚ୍ଚ ହୋଇ ପାରୁନାହିଁ।