ଖବର ପ୍ରସାରଣ ହେଲା, ବଦଳିଲା ନିଷ୍ପତ୍ତି: ପିଭିଟିଜି ବର୍ଗର ଶିଶୁ ପାଇବେ ପୁଷ୍ଟିକର ଖାଦ୍ୟ

Advertisment

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଖୁବଶୀଘ୍ର ଖୋଲିବ ମାତୃ ଶିଶୁ ପୋଷଣ କେନ୍ଦ୍ର । ବିଶେଷ ପଛୁଆ ଅନୁସୂଚିତ ଜନଜାତି ବା ପିଭିଟିଜି ସଂପ୍ରଦାୟଙ୍କ ପାଇଁ ରାଜ୍ୟ ସରକାର କରିଥିବା ମାତୃ ଶିଶୁ ପୋଷଣ କେନ୍ଦ୍ର ଗତ ସେପ୍ଟେମ୍ୱର ୩୦ ତାରିଖରୁ ବନ୍ଦ ହୋଇଯାଇଥିଲା।

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଖୁବଶୀଘ୍ର ଖୋଲିବ ମାତୃ ଶିଶୁ ପୋଷଣ କେନ୍ଦ୍ର । ବିଶେଷ ପଛୁଆ ଅନୁସୂଚିତ ଜନଜାତି ବା ପିଭିଟିଜି ସଂପ୍ରଦାୟଙ୍କ ପାଇଁ ରାଜ୍ୟ ସରକାର କରିଥିବା ମାତୃ ଶିଶୁ ପୋଷଣ କେନ୍ଦ୍ର ଗତ ସେପ୍ଟେମ୍ୱର ୩୦ ତାରିଖରୁ ବନ୍ଦ ହୋଇଯାଇଥିଲା।

cscsc

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଖୁବଶୀଘ୍ର ଖୋଲିବ ମାତୃ ଶିଶୁ ପୋଷଣ କେନ୍ଦ୍ର । ବିଶେଷ ପଛୁଆ ଅନୁସୂଚିତ ଜନଜାତି ବା ପିଭିଟିଜି ସଂପ୍ରଦାୟଙ୍କ ପାଇଁ ରାଜ୍ୟ ସରକାର କରିଥିବା ମାତୃ ଶିଶୁ ପୋଷଣ କେନ୍ଦ୍ର ଗତ ସେପ୍ଟେମ୍ୱର ୩୦ ତାରିଖରୁ ବନ୍ଦ ହୋଇଯାଇଥିଲା।  ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ କୁନି କୁନି ପିଲାମାନେ ।  ମାତୃ ଶିଶୁ ପୋଷଣ କେନ୍ଦ୍ର ବନ୍ଦ କରିବାକୁ ସରକାର ଜାରି କରିଥିଲେ ଚିଠି । କିନ୍ତୁ ଖବର ପ୍ରସାରଣର ୨୪ ଘଣ୍ଟା ମଧ୍ୟରେ ବଦଳିଗଲା ସରକାରଙ୍କ ନିଷ୍ପତ୍ତି । ଏହି କେନ୍ଦ୍ର ସହ ଜଡିତ ଥିବା ସମସ୍ତ କର୍ମଚାରୀଙ୍କ ଦରମା ବି ପୂର୍ବ ଭଳି ଦିଆଯିବ ବୋଲି ଓପିଲିପ ପକ୍ଷରୁ ଜାରି ହୋଇଛି ଚିଠି ।

ଏହି କେନ୍ଦ୍ରରେ କୁନି କୁନି ପିଲାମାନେ ପାଉଥିଲେ ପୁଷ୍ଟିକର ଖାଦ୍ୟ । ସ୍ୱାସ୍ଥ୍ୟ ଅବସ୍ଥାରେ ଆସିଥିଲା ସୁଧାର । କିନ୍ତୁ ସରକାରଙ୍କ ଗୋଟିଏ ଚିଠି ପରେ ହତାଶ ହୋଇଯାଇଥିଲେ କୁନି କୁନି ପିଲାମାନେ । ସବୁଦିନ କେନ୍ଦ୍ର ଆସୁଥିଲେ, ସାଙ୍ଗସାଥୀଙ୍କ ସହ ମୌଜମସ୍ତି ବି କରୁଥିଲେ । କିନ୍ତୁ ମିଳୁନଥିଲା ଖାଦ୍ୟ । ଗତ ସେପ୍ଟେମ୍ୱର ୩୦ ତାରିଖରୁ ଏହି ଯୋଜନା ବନ୍ଦ ହେବା ପରେ ପିଲାମାନଙ୍କୁ ମିଳୁନଥିଲା ଖାଦ୍ୟ । କିନ୍ତୁ ସରକାର ନିଜ ନିଷ୍ପତ୍ତି ବଦଳାଇବା ପରେ ପିଲା ଓ ଅଭିଭାବକଙ୍କ ମୁହଁରେ ଫେରିଛି ହସ ।

ରାଜ୍ୟର ୧୩ଟି ବିଶେଷ ପଛୁଆ ଅନୁସୂଚିତ ଜନଜାତି ବା ପିଭିଟିଜି ସଂପ୍ରଦାୟ ମଧ୍ୟରେ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ଏହି ଯୋଜନା । ରାଜ୍ୟର ୧୨ଟି ଜିଲ୍ଲାର ୮୯ ପଞ୍ଚାୟତର ୬୧ଟି ମାତୃ ଶିଶୁ ପୋଷଣ କେନ୍ଦ୍ର ଏବଂ ଶିଶୁ ଗୃହ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିଲା । ଯୋଜନା ବନ୍ଦ ହେବା ପରେ ଏହା ପୁଣି କାର୍ଯ୍ୟକାରୀ ହେବ କି ନାହିଁ ଏନେଇ ଅନେକ ଆଶଙ୍କାରେ ଥିବାବେଳେ ସରକାରଙ୍କ ନୂଆ ଚିଠି ସୂଚାଇ ଦେଇଛି ଯେ ଖୁବଶୀଘ୍ର ଖୋଲିବ ଏହି କେନ୍ଦ୍ର। ଆଉ ପୂର୍ବ ଭଳି ମିଳିବ ପୁଷ୍ଟିକର ଖାଦ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe