Photograph: (kanak news)
କନକ ବ୍ୟୁରୋ: ତେଲୁଗୁ ସିନେମା ଜଗତର ଲୋକପ୍ରିୟ ଯୋଡି ରଶ୍ନିକା ମନ୍ଦନା ଓ ବିଜୟ ଦେବରକୋଣ୍ତା କୁ ନେଇ ଦୀର୍ଘଦିନ ଧରି ଚାଲୁଥିବା ଚର୍ଚ୍ଚାରେ ନୂଆ ଖବର ମିଳିଛି । ଦୁହେଁ ଏବେ ତାଙ୍କ ସମ୍ପର୍କକୁ ସ୍ୱୀକାର କରି ବିବାହ ପାଇଁ ପ୍ରସ୍ତୁତ ହେଉଥିବା କଥା ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ସେମାନଙ୍କର ଏକ ସଂଯୁକ୍ତ ସନ୍ଦେଶ ଦର୍ଶକମାନଙ୍କ ଭିତରେ ବହୁତ ଉତ୍ସାହ ସୃଷ୍ଟି କରିଛି ।ଦୁହେଁ ତାଙ୍କ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ,ବର୍ଷ ଧରି ଲୋକେ ସେମାନଙ୍କୁ ଏକଯୋଡି ଭାବେ ଭଲପାଇଆସୁଛନ୍ତି ଏବଂ“VIROSH” ନାମଟି ମଧ୍ୟ ଫ୍ୟାନ୍ସମାନେ ଦେଇଥିଲେ। ସେମାନେ କହିଛନ୍ତି ଯେ ଏହି ପ୍ରେମ ଓ ସମର୍ଥନ ତାଙ୍କୁ ଆଉ ନିକଟକୁ ଆଣିଛି। ସହଜ ଓ ଭାବନାପୂର୍ଣ୍ଣ ଶବ୍ଦରେ ସେମାନେ ଲେଖିଛନ୍ତି “ଆପଣମାନେ ଆମ ସହ ସବୁବେଳେ ରହିଛନ୍ତି, ସେଇଥିପାଇଁ ଏହି ଖୁସିର ମୁହୂର୍ତ୍ତଟି ଆପଣମାନଙ୍କ ସହ ସେୟାର କରୁଛୁ।”
ରାଶ୍ମିକା ଓ ବିଜୟ ପ୍ରଥମେ Geetha Govindam ଫିଲ୍ମରେ ସଙ୍ଗେ କାମ କରିଥିଲେ। ସେହି ଫିଲ୍ମ ପରେ ଦୁହେଁଙ୍କ ଅନ-ସ୍କ୍ରିନ୍ କେମିଷ୍ଟ୍ରୀ ଦର୍ଶକମାନଙ୍କୁ ବହୁତ ପସନ୍ଦ ହୋଇଥିଲା । ପରେ Dear Comrade ଫିଲ୍ମରେ ମଧ୍ୟ ସେମାନଙ୍କ ଯୋଡି ଏବଂ ଅଭିନୟ ଆଉ ଅଧିକ ଚର୍ଚ୍ଚା ଆଣିଥିଲା । ସେଠାରୁ ଆରମ୍ଭ କରି ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଅନୁମାନ ଚାଲିଆସୁଥିଲା, ଯଦିଓ ଦୁହେଁ କେବେ ସ୍ପଷ୍ଟ କରିନଥିଲେ।
ଆହୁରି ପଢନ୍ତୁ :‘ଅପରେସନ୍ ତ୍ରାଶି-୧’ରେ ସୁରକ୍ଷାବାହିନୀର ସଫଳତା ; ବୀର କୁକୁର ଟାଇସନ୍ ଚର୍ଚ୍ଚାରେ
ଏବେ ବିବାହ ଘୋଷଣାର ଖବର ଆସିବା ପରେ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଦେଇଛନ୍ତି । ଦୁହେଁଙ୍କ ପରିବାର ପକ୍ଷରୁ ମଧ୍ୟ ଏହି ନୂଆ ଆରମ୍ଭକୁ ନେଇ ଖୁସି ପ୍ରକାଶ କରିଛନ୍ତି ।ସହଜ ସ୍ୱଭାବ ଓ ସରଳ ଜୀବନଶୈଳୀ ପାଇଁ ପରିଚିତ ଏହି ଯୋଡି ଶୀଘ୍ର ଏକ ସ୍ୱଲ୍ପ ପ୍ରାଇଭେଟ୍ ଅନୁଷ୍ଠାନରେ ବିବାହ କରିବେ ବୋଲି କୁହାଯାଉଛି । ସୂଚନା ଅନୁସାରେ ଉଭୟ ଫ୍ରେବୃଆରି ୨୬ ବିବାହ କରିବେ ଉଦୟପୁରଠାରେ ଏବଂ ମାର୍ଚ୍ଚ ୩ରେ ହାଇଦ୍ରାବାଦଠାରେ ଏକ ଗ୍ରାଣ୍ତ ରିସେପସନ୍ ର ଆୟୋଜନ କରିଛନ୍ତି । ଦୀର୍ଘଦିନର ମିତ୍ରତା ଓ ବିଶ୍ୱାସ ଏବେ ନୂଆ ସମ୍ପର୍କରେ ପରିଣତ ହେବାକୁ ଯାଉଛି, ଯାହାକୁ ନେଇ ଦର୍ଶକମାନେ ମଧ୍ୟ ବହୁତ ଉତ୍ସୁକ ।
Follow Us