କନକ ବ୍ୟୁରୋ : ଖବର ବାଜିଲା ଟୋକେନର ଅବଧି ବଢ଼ିଲା। ୧୫ ଦିନ ସମୟ ସୀମାକୁ ବୃଦ୍ଧି କଲେ ଖୋର୍ଦ୍ଧା ଜିଲାପାଳ। ଚାଷୀଙ୍କର ମୋବାଇଲକୁ ଆସିଥିବା ଟୋକେନ୍ ର ଅବଧି ସରି ସରି ଆସୁଥିବା ବେଳେ ମଣ୍ଡିରୁ ଉଠି ପାରୁ ନଥିଲା ଧାନ। ଏନେଇ କନକ ନିୟୁଜ ରେ ଖବର ପ୍ରସାରଣ ହୋଇଥିଲା। ସରକାର ଗୋଟିଏ ପଟେ ସହାୟକ ରାଶି ବୃଦ୍ଧି କରିଥିବା ବେଳେ ମଣ୍ଡି ରୁ ଧାନ ଉଠୁ ନଥିବାରୁ ସରକାର ଙ୍କର ଏହି ସୁବିଧା ରୁ ବଂଚିତ ହେବେ ବୋଲି ଚାଷୀ ଭାବି ନେଇଥିଲେ। କାହାର ଫ୍ରେବ୍ରୁଆରୀ ୧୧ ର କାହାର ୧୫ ତାରିଖ ଥିବାବେଳେ, ମାସ ଆରମ୍ଭ ର ତାରିଖ ରେ ଥିବା ଚାଷୀ ଙ୍କ ପାଳି ଏପର୍ୟ୍ୟନ୍ତ ପଡି ନଥିଲା। ତେବେ ଜିଲା ପ୍ରଶାସନ ଏନେଇ ଏହାର ଅବଧି କୁ ଶେଷରେ ବଢ଼ିଛନ୍ତି। ଧାନ ସଂଗ୍ରହ ର ପରିମାଣ କୁ ଆଉ ୪ ଲକ୍ଷ କୁଇଣ୍ଟାଲ କୁ ବୃଦ୍ଧି କରିଛନ୍ତି ଜିଲାପ୍ରସସନ। ମୋଟ ୧୨ ଲକ୍ଷ ୪୦ ହଜାର କୁଇଣ୍ଟାଲ ର ଲକ୍ଷ କୁ ଆଉ ୪ ଲକ୍ଷ ବୃଦ୍ଧି ସହ ମୋଟ ୧୬ ଲକ୍ଷ ୪୦ ହଜାର ସଗ୍ରହ ର ଲକ୍ଷ ରଖାଯାଇଛି।ଏନେଇ ସୂଚନା ଦେଇଛନ୍ତି ଜିଲା ଯୋଗାଣ ଅଧିକାରୀ।
ଖବର ବାଜିଲା, ବଢିଲା ଧାନକିଣା ଅବଧି । ୧୫ ଦିନ ସମୟ ସୀମା ବୃଦ୍ଧି କଲେ ଖୋର୍ଦ୍ଧା ଜିଲ୍ଲାପାଳ
ଏନେଇ କନକ ନିୟୁଜ ରେ ଖବର ପ୍ରସାରଣ ହୋଇଥିଲା। ସରକାର ଗୋଟିଏ ପଟେ ସହାୟକ ରାଶି ବୃଦ୍ଧି କରିଥିବା ବେଳେ ମଣ୍ଡି ରୁ ଧାନ ଉଠୁ ନଥିବାରୁ ସରକାର ଙ୍କର ଏହି ସୁବିଧା ରୁ ବଂଚିତ ହେବେ ବୋଲି ଚାଷୀ ଭାବି ନେଇଥିଲେ। କାହାର ଫ୍ରେବ୍ରୁଆରୀ ୧୧ ର କାହାର ୧୫ ତାରିଖ ଥିବାବେଳେ, ମାସ ଆରମ୍ଭ ର ତାରିଖ ରେ ଥିବା ଚାଷୀ ଙ୍କ ପାଳି ଏପର୍ୟ୍ୟନ୍ତ ପଡି ନଥିଲା।
/kanak/media/media_files/2025/02/13/AkvCXOZQ84R3gm09ospB.jpg)