କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ହେଲା ଆଉ ବଦଳିଲା ସରକାରୀ ବିଜ୍ଞପ୍ତି । ଏସ ସି ଏସ ଟି ବିଭାଗର ସେବାଶ୍ରମରେ ଏଣିକି ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ନିଯୁକ୍ତି ପାଇପାରିବେ ବୋଲି ନୂଆ ବିଜ୍ଞପ୍ତି ଜାରି କରିଛି OSSSC । ଏସ ସି ଏସ ଟି ବିଭାଗର ସେବାଶ୍ରମରେ ସେବକ ସେବିକା ବା ଶିକ୍ଷକ ପଦବୀ ସମେତ ଆଦିବାସୀ ଭାଷା ଶିକ୍ଷକ ପଦବୀରେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଆବେଦନ କରିପାରିବେ ନାହିଁ ବୋଲି କିଛି ଦିନ ତଳେ OSSSC ଏଭଳି ବିଜ୍ଞପ୍ତି ଜାରି କରିଥିଲା । ଦୃଷ୍ଟିବାଧିତ ଆବେଦନକାରୀ ସିଟି କରିଥିବା ସହ ଓଟିଇଟିରେ ଉତ୍ତୀର୍ଣ୍ଣ ବି ହୋଇଥିଲେ । କିନ୍ତୁ ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନର ବିଜ୍ଞପ୍ତି ଚିନ୍ତା ବଢାଇଥିଲା ।
ଜାନୁଆରୀ ୨୨ ତାରିଖ ଆବେଦନର ଶେଷ ତାରିଖ ଥିବାରୁ ବିଜ୍ଞପ୍ତି ପରିବର୍ତ୍ତନ କରିବା ପାଇଁ ଦାବି ହୋଇଥିଲା । ଏନେଇ ଏସ ସି- ଏସଟି ବିଭାଗର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ । ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଅଭିଯୋଗ କରିଥିଲେ । ଏହି ଖବରକୁ ଗୁରୁତ୍ୱ ସହ କନକ ନ୍ୟୁଜ ପ୍ରସାରଣ କରିଥିଲା । ଶେଷରେ ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ବଦଳାଇଛି ତାର ନିଷ୍ପତ୍ତି । ଆବେଦନ ପାଇଁ ଦିନକୁ ଘୁଞ୍ଚାଇ ଦେଇଛନ୍ତି । ଅନଲାଇନ ରେଜିଷ୍ଟ୍ରେସନ ବା ରି ରେଜିଷ୍ଟ୍ରେସନ ପାଇଁ ଶେଷ ତାରିଖ ୩୧.୧.୨୦୨୫ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/01/23/iskmHFUvGosOS20ZAA79.jpg)