କନକ ବ୍ୟୁରୋ:   ଆଜି ଶପଥ ନେବେ ନବନିର୍ବାଚିତ ଉପରାଷ୍ଟ୍ରପତି । ସିପି ରାଧାକ୍ରିଷ୍ଣନଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇପାରନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଏହି ସମାରୋହ ସାମିଲ ହେବାକୁ ଏନଡିଏର ବରିଷ୍ଠ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ୪୫୨ ଭୋଟ ପାଇ ଉପରାଷ୍ଟ୍ରପତି ଭାବେ ସେ ନିର୍ବାଚିତ ହୋଇଥିବା ବେଳେ ବିରୋଧୀ ପ୍ରାର୍ଥୀ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ମାତ୍ର ୩୦୦ଟି ଭୋଟ ପାଇଥିଲେ ।

Advertisment

୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ
ଆଗାମୀ ୫ବର୍ଷ ଯାଏ ଉପରାଷ୍ଟ୍ରପତି ଭାବେ ତୁଲାଇବେ କାର୍ଯ୍ୟଭାର
ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ
ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ସିପି ରାଧାକ୍ରିଷ୍ଣନ
୪୫୨ ଭୋଟ ପାଇ ଉପରାଷ୍ଟ୍ରପତି ଭାବେ ହୋଇଛନ୍ତି ନିର୍ବାଚିତ
ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ
ପୂର୍ବରୁ ଝାରଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ରାଜ୍ୟପାଳ ଥିଲେ
୧୯୯୮, ୧୯୯୯ରେ କୋଏମ୍ବାଟୁରରୁ ସାଂସଦ ଥିଲେ 
ତାମିଲନାଡୁର ପୋଖତ୍‌ ରାଜନେତା
୪୦ବର୍ଷର ଦୀର୍ଘ ରାଜନୈତିକ କ୍ୟାରିୟର
୧୬ ବର୍ଷ ବୟସରୁ ଆରଏସଏସରେ ସାମିଲ ହୋଇଥିଲେ