ଘର ପାଇଁ ନୂଆ ଆଶା ସଞ୍ଚାର କରିଲା ନୂଆ ସରକାରଙ୍କ ସର୍ଭେ । ସମସ୍ତ ଯୋଗ୍ୟ ହିତାଧିକାରୀ ଛାତଘର ପାଇବେ ।

Advertisment

ଆଉ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଯେ ଏଥର ପାତରଅନ୍ତର ହେବନାହିଁ । ସମସ୍ତ ଯୋଗ୍ୟ ହିତାଧିକାରୀ ଛାତଘର ପାଇବେ ।

ଆଉ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଯେ ଏଥର ପାତରଅନ୍ତର ହେବନାହିଁ । ସମସ୍ତ ଯୋଗ୍ୟ ହିତାଧିକାରୀ ଛାତଘର ପାଇବେ ।

ଫନି ଆଫ୍ଟେକ୍ଟ

Photograph: (kanaknews)

କନକ ବ୍ୟୁରୋ : ଆଖିରୁ ଶୁଖି ଯାଇଛି ସ୍ୱପ୍ନ । ପରିଣତ ବୟସରେ ପରିବାର ମୁଣ୍ଡରେ ପକ୍କା ଛାତଟିଏ ଦେଖିବାକୁ ଚାହୁଁଥିଲେ। ହେଲେ ପେଟକୁ ଦାନା, ଦେହକୁ କନା ଯୋଗାଡ଼ରେ ତ ସରିଯାଉଛି ରୋଜଗାର । ଘର କହିଲେ ଚାରିଖଣ୍ଡ ଖୁଣ୍ଟି ଉପରେ ଘୋଡ଼ା ହୋଇଥିବା କଳା ପଲିଥିନ । ବର୍ଷାମାଡ଼ ଖାଇ ମାଟିକାନ୍ଥ ବି ଦବିଗଲାଣି । ବିଭିନ୍ନ ଯୋଜନାରେ ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି । ହେଲେ ସରକାରୀ ସହାୟତା ୟାଙ୍କ ଭାଗ୍ୟରେ କେବେ ଜୁଟିନି । ପୁରୀ ଜିଲ୍ଲା ପିପିଲି ଅର୍ଜୁନସିଂପୁର ଗାଁର ଘନଶ୍ୟାମ ବେହେରା, କେବେ କଳ୍ପନା କରିନଥିଲେ ସରକାରୀ ପକ୍କା ଘରଟିଏକୁ ଆଶା କରିଥିବାବେଳେ, ଖୋଦ ସରକାର ତାଙ୍କ କୁଡ଼ିଆରେ ପାଦ ପକାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ନୂଆ ହିତାଧିକାରୀ ଚୟନ ପାଇଁ ସର୍ଭେ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପହଞ୍ଚିବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେ ଘନଶ୍ୟାମଙ୍କ ବୋହୂ। ମନ୍ତ୍ରୀଙ୍କ ଆଗରେ କୋହ ସମ୍ଭାଳି ପାରିନଥିଲେ। 
 
ଘରଟିଏ ପାଇଁ ୱାର୍ଡମେମ୍ୱର, ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକସ୍ତରୀୟ ଅଧିକାରୀଙ୍କୁ କେତେ ନେହାରୁ ହୋଇଛନ୍ତି । ବର୍ଷବର୍ଷ ଧରି ସମସ୍ତେ ଶୁଣି ନଶୁଣିଲା ପରି ଅଭିନୟ କରୁଥିଲେ। ହେଲେ ନୂତନ ଆବାସ ସର୍ଭେ ପାଇଁ ମନ୍ତ୍ରୀ ଗାଁକୁ ଆସିଲାବେଳେ ସାଙ୍ଗରେ ବି ଆସୁଛନ୍ତି ମାଳମାଳ ଅଧିରାରୀ ଓ କର୍ମଚାରୀ । ଏମାନଙ୍କୁ ପାଖରେ ପାଇ ଏବେ ଦୁଃଖ ଦୂର ହୋବ ବୋଲି ଭାବୁଛନ୍ତି ଆବାସ ଆଶାୟୀ । ୨୦୧୯ରେ ଫନି ବାତ୍ୟା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ମାଡ଼ ହୋଇଥିଲା । ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିଲା ପିପିଲି, ଡେଲାଙ୍ଗ ଅଞ୍ଚଳ। ସେଥିପାଇଁ ନୂତନ ଆବାସ ହିତାଧିକାରୀ ଚୟନ ପ୍ରକ୍ରିୟା ଏହିଠାରୁ ଆରମ୍ଭ କରିଛନ୍ତି ସରକାର । ପିପିଲି ଚନ୍ଦ୍ରାଦେଇପୁର ଅଞ୍ଚଳରେ ସରକାରୀ ପକ୍କାଘର ପାଇବାକୁ ଥିବା ଏହି ଯୋଗ୍ୟ ହିତାଧିକାରୀଙ୍କୁ ଭେଟନ୍ତୁ। ଯେଉଁମାନଙ୍କୁ ବାରମ୍ବାର ଅଣଦେଖା କରିଆସୁଥିଲେ ୨୪ ବର୍ଷର ସରକାର। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe