ଅଭାବୀଙ୍କୁ ମିଳୁନି, କୁଡ଼ିଆରେ କଟୁଛି ସମୟ : ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ

Advertisment

ବଲାଙ୍ଗୀର ପାଟଣାଗଡ଼ ବ୍ଳକ ମରୁଆଁ ଗାଁର ଗଙ୍ଗାଧର ସାହୁ ଓ ଉଷା ସାହୁ। ରହିବା ପାଇଁ ଭଲ ଘରଟିଏ ନାହିଁ  ।  ଛୋଟିଆ କୁଡ଼ିଆ ଭିତରେ ରହୁଛନ୍ତି ସ୍ବାମୀ ସ୍ତ୍ରୀ ଦୁହେଁ। ରନ୍ଧାବଢ଼ା, ଖିଆପିଆ ସାଙ୍ଗକୁ ଶୁଆବସା ସବୁ ସେଇଠି  ।   

ବଲାଙ୍ଗୀର ପାଟଣାଗଡ଼ ବ୍ଳକ ମରୁଆଁ ଗାଁର ଗଙ୍ଗାଧର ସାହୁ ଓ ଉଷା ସାହୁ। ରହିବା ପାଇଁ ଭଲ ଘରଟିଏ ନାହିଁ  ।  ଛୋଟିଆ କୁଡ଼ିଆ ଭିତରେ ରହୁଛନ୍ତି ସ୍ବାମୀ ସ୍ତ୍ରୀ ଦୁହେଁ। ରନ୍ଧାବଢ଼ା, ଖିଆପିଆ ସାଙ୍ଗକୁ ଶୁଆବସା ସବୁ ସେଇଠି  ।   

pm 4

pm 4 Photograph: (KanakNews)

କନକବ୍ୟୁରୋ :  ବଲାଙ୍ଗୀର ପାଟଣାଗଡ଼ ବ୍ଳକ ମରୁଆଁ ଗାଁର ଗଙ୍ଗାଧର ସାହୁ ଓ ଉଷା ସାହୁ। ରହିବା ପାଇଁ ଭଲ ଘରଟିଏ ନାହିଁ  ।  ଛୋଟିଆ କୁଡ଼ିଆ ଭିତରେ ରହୁଛନ୍ତି ସ୍ବାମୀ ସ୍ତ୍ରୀ ଦୁହେଁ । ରନ୍ଧାବଢ଼ା, ଖିଆପିଆ ସାଙ୍ଗକୁ ଶୁଆବସା ସବୁ ସେଇଠି  ।   ଦିନେ ଅଧେ ନୁହେଁ ୧୫ ବର୍ଷ ଏଇଠି ଏମିତି ବିତିଲାଣି। ସରକାରୀ ଯୋଜନାରେ ବାସଟିଏ   ପାଇଁ ବାରମ୍ବାର ଗୁହାରି କରିକରି ଥକିଗଲେଣି  ।  ତଥାପି ପ୍ରଶାସନ ନଜର ପଡୁନି। ଯଦି ପ୍ରଶାସନିକ ବାବୁ ଗଙ୍ଗାଧରଙ୍କ ଦୁଃଖ ବୁଝିଥାନ୍ତେ, ହୁଏତ ଏ ଅବସ୍ଥା ଦେଖିବାକୁ ମିଳିନଥାନ୍ତା ।

ସମାନ ଦୃଶ୍ୟ ଆସିଛି ଗଞ୍ଜାମ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ କନ୍ଧ ସାହିରୁ । ସରକାରୀ ଜାଗାରେ ଭଙ୍ଗା ଘରେ ରହୁଛନ୍ତି ସନ୍ୟାସି ଡ଼ାକୁଆଙ୍କ ପରିବାର। ବୁଢା ବୟସରେ ବାପା ମୂଲ ଲାଗୁଥିବା ବେଳେ ପୁଅ ଦାଦନ ଶ୍ରମିକ । ଘର ତିଆରି ପାଇଁ ପାଖରେ ପଇସା ନାହିଁ ।  ଆବାସ ଯୋଜନାରେ ପକ୍କା ଘର ପାଇଁ ବାରମ୍ବାର ଆବେଦନ କରିଥିଲେ ବି ଆଜି ଯାଏଁ ଘର ମିଳିପାରିନି ।  ତେଣୁ ଦୁର୍ବିସହ ଅବସ୍ଥାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ପରିବାରର ୪ ସଦସ୍ୟ। ଯେଉଁଠି ମୁଣ୍ଡ ଗୁଂଜିବାକୁ ମଣିଷ ସଂଘର୍ଷ କରେ ସେଠି ସରକାରଙ୍କ ମାଳମାଳ ଯୋଜନା କେବଳ ପ୍ରହସନ କହିଲେ ଚଳେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe