କନକ ବ୍ୟୁରୋ : ୨୦୨୬ରେ ହେବାକୁ ଥିବା ସୀମା ପୁର୍ନଗଠନ ପ୍ରକିୟାକୁ ନେଇ ଚାଲିଥିବା ବିତର୍କ ଧିରେଧିରେ ଦକ୍ଷିଣ ରାଜ୍ୟଗୁଡିକ ଏକାଠି ହେଲେଣି । ଏହି ସମ୍ପର୍କରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡି ଏକାଠି ହେବା ପାଇଁ ଷ୍ଟାଲିନଙ୍କ ଆହ୍ବାନକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି ।
ଲୋକସଭା ସୀମା ପୁର୍ନଗଠନ ଲୋକସଂଖ୍ୟା ଆଧାରରେ ହୁଏ । ଶେଷ ସୀମା ପୁନର୍ଗଠନ ୨୦୦୨ରେ ୧୯୭୧ ଜନସଂଖ୍ୟା ଆଧାରରେ ହୋଇଥିଲା । ଏଥିରେ ଲୋକସଭା ଆସନ ସଂଖ୍ୟା ୫୪୩ରେ ସୀମିତ ଥିଲା । ଯାହା ୧୯୭୩ ସୀମା ପୁନର୍ଗଠନ ସମୟର ଆସନ ସଂଖ୍ୟା ସହ ସମାନ ଥିଲା । ଏବେ ୨୦୨୬ରେ ସୀମା ପୁର୍ନଗଠନ ହେବାକୁ ମୋଦୀ ସରକାର ସଜବାଜ ହେଲେଣି । ସ୍ବାଭାବିକ ଭାବେ ଏହା ଜନସଂଖ୍ୟା ଆଧାରରେ ହେବ । ଏହା ହେଲେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳତା ପାଇଥିବା ଦକ୍ଷିଣଭାରତୀୟ ରାଜ୍ୟଗୁଡିକ କ୍ଷତିଗସ୍ତ ହେବା ସ୍ବାଭାବିକ । ଅନ୍ୟପକ୍ଷରେ ଅଧିକ ଜନସଂଖ୍ୟା ବିଶିଷ୍ଠ ଉତରଭାରତୀୟ ରାଜ୍ୟଗୁଡିକର ଲୋକସଭା ଆସନ ସଂଖ୍ୟା ଯଥେଷ୍ଠ ସଂଖ୍ୟାରେ ବୃଦ୍ଧି ପାଇବ ଯାହାକୁ ହିଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିରୋଧ କରୁଛନ୍ତି
ଏହି ସମ୍ପର୍କରେ ସବୁ ଦକ୍ଷିଣଭାରତୀୟ ରାଜ୍ୟଗୁଡିକୁ ଏକାଠି କରିବାକୁ ଷ୍ଟାଲିନ ଉଦ୍ୟମ କରିଛନ୍ତି । ତେଲେଙ୍ଗାନା. ମୁଖ୍ୟମନ୍ତ୍ରୀ ଏଥିରେ ତାଙ୍କ ସହ ଅଛନ୍ତି । କର୍ଣ୍ଣାଟକ କଂଗ୍ରେସ ସରକାର ଷ୍ଟାଲିନଙ୍କୁ ମଧ୍ୟ ନିଶ୍ଚୟ ସମର୍ଥନ କରିବେ । ଏଥିରେ କେରଳରେ ମଧ୍ୟ ସମର୍ଥନ ରହିବ । ମାତ୍ର ଏନଡିଏ ଅର୍ନ୍ତଗତ ଆନ୍ଧ୍ର ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ନେଇ କୌଣସି ସୂଚନା ନାହିଁ । କିଛି ନହେଲେ ୨୦୨୬ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଡିଏମକେକୁ ସୀମା ପୁର୍ନଗଠନ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ କରଣ କରିବାକୁ ସୁଯୋଗ ମିଳିଗଲା ।