କନକ ବ୍ୟୁରୋ :  ଦୁର୍ଘଟଣା ଜନିତ ମୃତ୍ୟୁହାରରେ ଗଂଜାମ ସବୁଠୁ ଆଗରେ। ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣାରେ କେହି ନା କେହି ପ୍ରାଣ ହାରୁଛନ୍ତି। ଖାଲଖମା ଭର୍ତ୍ତି ଜାତୀୟ ରାଜପଥକୁ ଦାୟୀ କରୁଛନ୍ତି ବାଟୋଇ । ରାସ୍ତା ସମ୍ପ୍ରସାରଣ ଆଳରେ ବର୍ଷବର୍ଷ ଧରି କାମ ଅଧାରେ ପଡିଛି। ଆସିକା ଠାରୁ ସୋରଡ଼ା ପର୍ୟ୍ୟନ୍ତ ୫୯ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଛି । ସଂପ୍ରସାରଣ କାମ ଦୀର୍ଘ ୨ବର୍ଷରୁ ଅଧିକ ସମୟ ହେଲେଣି କାମ ସରୁନି । ସେହିପରି କାଳଷଣ୍ଢପୁର ଠାରୁ ଘାସିବିଲି ପର୍ୟ୍ୟନ୍ତ ରାସ୍ତା ଖାଲଖମା ଭର୍ତ୍ତି । ଫଳରେ ପ୍ରତିଦିନ ରାସ୍ତାରେ ଗାଡ଼ି ମଟର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । 

Advertisment

ସେହିପରି ବ୍ରହ୍ମପୁର ଠାରୁ ଭଞ୍ଜନଗର ପର୍ୟ୍ୟନ୍ତ ୧୫୭ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ମଧ୍ୟ ଚାଲିଛି। ଅନେକ ସ୍ଥାନରେ ଏ ରାସ୍ତା ବି ଅଧପନ୍ତରିଆ ହୋଇ ପଡିରହିଛି । ବାଲିଛାଇ, ନିମିନା ଭଳି ସ୍ଥାନରେ ରାସ୍ତା କାମ ଅଧାରେ ପଡ଼ିଥିବାରୁ ଚିନ୍ତା ବଢ଼ିଛି। ରାସ୍ତା କାମ ଖୁବଶୀଘ୍ର ଶେଷ ହେବ ବୋଲି ଗଂଜାମ ଜିଲ୍ଲାପାଳ କହିଛନ୍ତି ।