ଅଗ୍ରପୂଜ୍ୟ ଗଜନନଙ୍କ ଜନ୍ମତିଥି ପାଳୁଛି ଦେଶ । ଗାଁ ରୁ ସହର ସବୁଠି ଉତ୍ସବ

ଆଜି ଉତ୍ସବମୁଖର ହୋଇପଡିଛି ଗାଁରୁ ସହର। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି କରାଯାଇଛି। କେଉଁଠି ବାଦାମରେ ତ କେଉଁଠି ଗଛରେ ଗଣେଶ। ଆଉ କେଉଁଠି ଦୋଳିରେ ଝୁଲୁଛନ୍ତି ଗଜାନନ। ଭୁବନେଶ୍ବର ଷ୍ଟେସନ ବଜାର ନିକଟ ବୁଦ୍ଧେଶ୍ବରୀ କଲୋନୀରେ ବାଦାମରେ ଅତି ସୁନ୍ଦର ଭାବେ ଗଣେଶ ମୂର୍ତ୍ତି କରାଯାଇଛି।

30r

କନକ ବ୍ୟୁରୋ : ଅଗ୍ରପୂଜ୍ୟ ଗଜାନନଙ୍କ ଜନ୍ମ ତିଥି ପାଳୁଛି ସାରା ଦେଶ। ଆମ ରାଜ୍ୟରେ ବି ସବୁ ସ୍ଥାନରେ ବିଘ୍ନ ବିନାଶନଙ୍କୁ ଆରାଧନା କରାଯାଇଛି। ଏଥିପାଇଁ ଆଜି ଉତ୍ସବମୁଖର ହୋଇପଡିଛି ଗାଁରୁ ସହର। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି କରାଯାଇଛି। କେଉଁଠି ବାଦାମରେ ତ କେଉଁଠି ଗଛରେ ଗଣେଶ। ଆଉ କେଉଁଠି ଦୋଳିରେ ଝୁଲୁଛନ୍ତି ଗଜାନନ। ଭୁବନେଶ୍ବର ଷ୍ଟେସନ ବଜାର ନିକଟ ବୁଦ୍ଧେଶ୍ବରୀ କଲୋନୀରେ ବାଦାମରେ ଅତି ସୁନ୍ଦର ଭାବେ ଗଣେଶ ମୂର୍ତ୍ତି କରାଯାଇଛି। ଭୁବନେଶ୍ବର ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଗଛରେ ହୋଇଛନ୍ତି ଗଣେଶ। ଗଛରେ ପୂଜା ପାଉଛନ୍ତି ଗଣେଶ ଆଉ ପାଖରେ ପଇଡ଼ ସାଜିଛନ୍ତି ବାହାନ ମୂଷିକ । ପରିବେଶର ସୁରକ୍ଷା ସହ ପ୍ରକୃତିର ସୁରକ୍ଷା ବର୍ତ୍ତମାନ ସମୟର ବଡ଼ ଆହ୍ୱାନ ହୋଇଥିବା ବେଳେ ଗଛକୁ ଗଣେଶ ରୂପେ ସଜାଇ ଏହି ଗଣେଶ ପୂଜା ପାଳନ କରାଯାଉଛି । ବାଲେଶ୍ବରରେ ଦୋଳିରେ ଝୁଲୁଛନ୍ତି ଗଣେଶ। ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଅଗ୍ରପୂଜ୍ୟ ଦୋଳିରେ ଝୁଲୁଥିବା ଦେଖିବାକୁ ମିଳିଛି। ତେବେ ଗଣେଣ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜଟଣିରେ ବେଶ୍ ଆଡମ୍ବର ସହକାରେ ପୂଜା ପାଳନ କରାଯାଉଛି। ଜଟଣିର ବିଭିନ୍ନ ଛକରେ ବିରାଟକାୟ ଆକର୍ଷଣୀୟ ମୂର୍ତ୍ତି ବିରାଜିତ ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe