କନକ ବ୍ୟୁରୋ : ଦୀଘା ଜଗନ୍ନାଥଧାମ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ଦୀଘାରୁ ତୁରନ୍ତ ଧାମ ନାମ ହଟାଇବାକୁ ଦାବି କରିଛନ୍ତି ଗଜପତି ମହାରାଜ । କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାମକରଣ ପରମ୍ପରା ବିରୁଦ୍ଧ । ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ନୀଳାଚଳ ଧାମ ଏସବୁ କେବଳ ପୁରୀକୁ ହିଁ ବୁଝାଏ  । ବିଶ୍ବରେ କେଉଁଠି ଏମିତି ନାମକରଣ ହୋଇନାହିଁ । ରାଜ୍ୟ ସରକାର, ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି । ଏହାସହ ଇସ୍କନ ଟ୍ରଷ୍ଟ, ଦୀଘା ବୋର୍ଡରେ ଥାଇ ମଧ୍ୟ ଆପତ୍ତି ନକରିବା ଆଶ୍ଚର୍ଯ୍ୟକର ।

Advertisment

ଇସ୍କନ ୨୦୨୧ରୁ ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ, ଇସ୍କନ ଭାରତ ଭିତରେ ରଥଯାତ୍ରା କରିବାକୁ ରାଜି ହୋଇଛି । କିନ୍ତୁ ବିଦେଶରେ ଅଦିନିଆ ରଥଯାତ୍ରା ହେଉଛି, ଯାହା ଆଦୌ ଗ୍ରହଣ ନୁହେଁ ବୋଲି କହିଛନ୍ତି ଗଜପତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ତଥ୍ୟ ଖୁବ୍ ଶୀଘ୍ର ଦିଆଯିବ । ସମଗ୍ର ବିଶ୍ବରେ ଗୋଟିଏ ପରମ୍ପରା ଅନୁସାରେ ସବୁଠି ମହାପ୍ରଭୁଙ୍କ ପ୍ରଚାର ହେବ । ଇସ୍କନ୍ ରାଜି ହେଲେ ଶୁଭଙ୍କର, ଯଦି ରାଜି ନ ହୁଅନ୍ତି, ତେବେ ଆଇନ ଆଶ୍ରୟ ନେବାପାଇଁ ଚିନ୍ତା କରାଯିବ । ଇସ୍କନ ଏକ ଧର୍ମ ସଂସ୍ଥା ତେଣୁ ଆପୋଷ ଆଲୋଚନାକୁ ମୁଖ୍ୟ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଗଜପତି ମହାରାଜ ।