ବଦଳିବା ଆବଶ୍ୟକ କି ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ? କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବଢ଼ିଲା ବିତର୍କ

Advertisment

ବଦଳିବା ଦରକାର କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ। ରେଭେନ୍ସା, ଓଡ଼ିଶାରେ ଉଚ୍ଚଶିକ୍ଷାର ଏନ୍ତୁଡ଼ିଶାଳ ।

Updated On

ବଦଳିବା ଦରକାର କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ। ରେଭେନ୍ସା, ଓଡ଼ିଶାରେ ଉଚ୍ଚଶିକ୍ଷାର ଏନ୍ତୁଡ଼ିଶାଳ ।

ଅଦ୍ୟତନ ହୋଇଛି
Ravenshaw University

କନକ ବ୍ୟୁରୋ : ବଦଳିବା ଦରକାର କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ। ରେଭେନ୍ସା, ଓଡ଼ିଶାରେ ଉଚ୍ଚଶିକ୍ଷାର ଏନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା  କଲେଜ ନାମିତ ହୋଇଥିଲା ତତ୍କଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ଇଏ ସେଇ ଟି.ଇ.ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା ନଅଙ୍କ ଦୁର୍ଭିକ୍ଷ । 

ତେବେ ଯେଉଁମାନେ ଓଡ଼ିଆଙ୍କୁ କଷ୍ଟ ଦେବାରେ ସହାୟକ ହେଲେ, ସେମାନଙ୍କ ନାଁରେ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ନାମିତ କରିବା ଗୌରବର ବିଷୟ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର । ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା । ନଅଙ୍କ ଦୁର୍ଭିକ୍ଷ ହୋଇଥିଲା କାହିଁକି, ସେତେବେଳେ ସେହି ସମୟର ଅଧିକାରୀମାନେ କରୁଥିଲେ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଏହା ତାଙ୍କ ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କର ଆବଶ୍ୟକତା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe