‘ଏନଏସି ଘୋଷଣା ଥିଲା ନବୀନ ସରକାରଙ୍କ ନିର୍ବାଚନୀ ଚାଲ୍’ : ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

‘ଏନଏସି ଘୋଷଣା ଥିଲା ନବୀନ ସରକାରଙ୍କ ନିର୍ବାଚନୀ ଚାଲ୍’ : ଏଯାଏଁ ଜିଲ୍ଲାପାଳଙ୍କଠାରୁ ଆସିନି କୌଣସି ପ୍ରସ୍ତାବ । ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପ୍ରଶ୍ନର ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ ।

1111111111===

କନକ ବ୍ୟୁରୋ: ପୂର୍ବ ସରକାରରେ ରାଜ୍ୟରେ ନୂଆ ଏନଏସି ଘୋଷଣା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କହିଲେ ନୂଆ ଏନଏସି ଘୋଷଣା ନେଇ ଜିଲ୍ଲାପାଳଙ୍କଠାରୁ କୌଣସି ପ୍ରସ୍ତାବ ଆସି ନାହିଁ । ପୂର୍ବ ସରକାରରେ ତରବରିଆ ଭାବେ ଏଭଳି ଘୋଷଣା କରାଯାଇଥିଲା । ଏହା କାର୍ୟ୍ୟକାରୀ ହୋଇ ନାହିଁ । ଏନେଇ ପୁଣି ଥରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯିବ ବୋଲ କହିଛନ୍ତି ମନ୍ତ୍ରୀ । 

ପୂର୍ବରୁ ଏନଏସି ଘୋଷଣାକୁ ନିର୍ବାଚନୀ ଥୋପ ବୋଲି କହିଛନ୍ତି ମନ୍ତ୍ରୀ । ବିଜେଡି ସରକାର ବିନା ରେକର୍ଡରେ ଏନଏସି ଘୋଷଣା କରି ଦେଇଥିଲେ। କିନ୍ତୁ ମୋହନ ସରକାର ଏଥିପାଇଁ ଖୁବଶୀଘ୍ର ପ୍ରକ୍ରିିୟା ଆରମ୍ଭ କରିବେ ଏବଂ ନୂଆ ଏନଏସିକୁ ବିଧିବଦ୍ଧ ଭାବେ ମାନ୍ୟତା ମିଳିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe