ଖୋଲିବ ରତ୍ନଭଣ୍ଡାର ରହସ୍ୟ, ୧୮ ତାରିଖରେ ଏଏସଆଇ କରିବ ଯାଞ୍ଚ ।

Advertisment

ଖୋଲିବ ରତ୍ନଭଣ୍ଡାର ରହସ୍ୟ , ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଭିତରେ ପ୍ରବେଶ କରି ପ୍ରାରମ୍ଭିକ ଯାଞ୍ଚ କରିବ ଏଏସଆଇ ।

ଖୋଲିବ ରତ୍ନଭଣ୍ଡାର ରହସ୍ୟ , ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଭିତରେ ପ୍ରବେଶ କରି ପ୍ରାରମ୍ଭିକ ଯାଞ୍ଚ କରିବ ଏଏସଆଇ ।

ratnbhandar

କନକବ୍ୟୁରୋ: ଖୋଲିବ ରତ୍ନଭଣ୍ଡାର ରହସ୍ୟ। ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଭିତରେ ପ୍ରବେଶ କରି ପ୍ରାରମ୍ଭିକ ଯାଞ୍ଚ କରିବ ଏଏସଆଇ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଂଚ ଅନୁଷ୍ଠିତ ହେବ  । ଏ.ଏସ୍.ଆଇ ର  ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ , ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହା ଅନୁଷ୍ଠିତ ହେବ ।

ତେଣୁ ଏହି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି 

ସେହି ଅନୁଯାୟୀ, ୧୮ ତାରିଖ ଦିନ ଗୋଟାଏ ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାତ୍ର ୨ଟାରୁ ଦ୍ବାର ଫିଟା, ରାତ୍ର ୩ଟାରେ ମଙ୍ଗଳ ଆଳତୀ ପରେ ଶ୍ରୀଜିଉଙ୍କ ନୀତିକାନ୍ତି ସେବା ପୂଜା ଅନୁଷ୍ଠିତ ହେବ।  ଦିନ ଗୋଟାଏରୁ ଆରମ୍ଭ ହେବ ଯାଞ୍ଚ କାମ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe