କନକ ବ୍ୟୁରୋ : ରିଲସ କୁଇନ ଭାବେ ଜଣା ଶୁଣା ରୁକସାନା ବାନୁଙ୍କ ମୃତ୍ୟୁକୁ ନେଇ ବିବାଦ ଥମୁନି। ପରିବାର ରୁକସାନାଙ୍କ ମୃତ୍ୟୁ ନେଇ ସିଧାସଳଖ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାର ରୁକୁ ସୁନାଙ୍କୁ ଦାୟୀ କରିଛନ୍ତି । ହେଲେ ରୁକୁ ଏହାକୁ ଖଣ୍ଡନ କରିଛନ୍ତି । ଏହାର ତଦନ୍ତ ପାଇଁ ପରିବାର ବର୍ଗ ତାଙ୍କ ଶୁବେଛୁ ଦାବି କରିଛନ୍ତି । ରୁକସାନାଙ୍କ ଜୀବନ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲା। ପ୍ରଥମେ ବାପାଙ୍କ ପରିଚୟ ପାଇଁ ଜିଲ୍ଲାରୁ ଦିଲ୍ଲୀ ପର୍ୟ୍ୟନ୍ତ ଲଢେଇ କରି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଳଟିଥିବା ରୁକୁ ସାନା । ଜିଲ୍ଲା ର ବହୁତ ଆନ୍ଦୋଳନ ରେ ସକ୍ରିୟ ଭୂମିକା ନେଇଥିଲେ । ଭବାନୀପାଟଣାର ଜନ୍ମ ମାଟି ସୁରକ୍ଷା ଲଢେଇ ହେଉକି  ଖଣି ଖଦାନ କମ୍ପାନୀ ହାତରେବନ ଲଢ଼ିବା ଲଢେ଼ଇ ହେଉ ସବୁଠି ଆଗରେ ଥିଲେ ଏବଂ ସାମାଜିକ ଗଣ ମାଧ୍ୟମରେ ସକ୍ରିୟ ଥିଲେ। ଏଥିପାଇଁ ବହୁ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ପହଂଚି ଥିଲେ।