କନକ ବ୍ୟୁରୋ: ଖୁବ ଶୀଘ୍ର ଖୋଲିବ ସ୍ମିତାରାଣୀ ହତ୍ୟା ମାମଲାର ଗୁମର । ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡ ମାମଲାକୁ ରିଓପନ କରି ତଦନ୍ତ କରାଯିବ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସାମାଜିକ ଗଣମାଧ୍ୟମରେ ନିଜେ ଆଇନ ମନ୍ତ୍ରୀ । ଆଜି ରାଜ୍ୟ ବିଜେପି-ଓବିସି ମୋର୍ଚ୍ଚାର ସଦସ୍ୟମାନେ ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ଆଇନ ମନ୍ତ୍ରୀ ମୃତ୍ୟୁ ମାମଲକୁ ରିଓନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯ ମସିହା ଅକ୍ଟୋବର ମାସରେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ  ଗେଷ୍ଟ ହାଉସରୁ ଝୁଲନ୍ତା ଅବସ୍ଥାରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୁପ ଦିଆଯାଉଥିବା ଅଭିଯୋଗ ଆଣିଥିଲେ ସ୍ମିତାରାଣୀଙ୍କ ସ୍ୱାମୀ ।