ରାଜଧାନୀରେ ନାବାଳକ ଛାତ୍ରର ହତ୍ୟାକାଣ୍ଡ,ସାମ୍ନାକୁ ଆସିଲା ହତ୍ୟା ପରର ଦୃଶ୍ୟ । ତଦନ୍ତ କରୁଛି ଖଣ୍ତଗିରି ପୋଲିସ ।

ଖଣ୍ଡଗିରି ରଘୁନାଥ ନଗରରେ ବିଭତ୍ସ ହତ୍ୟାକାଣ୍ଡ। ରଘୁନାଥ ନଗରରେ ରହୁଥିବା ଜଗତ ମଲ୍ଲିକ ନାମକ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

muder

କନକବ୍ୟୁରୋ:ଖଣ୍ଡଗିରି ରଘୁନାଥ ନଗରରେ ବିଭତ୍ସ ହତ୍ୟାକାଣ୍ଡ।  ରଘୁନାଥ ନଗରରେ ରହୁଥିବା ଜଗତ ମଲ୍ଲିକ ନାମକ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୭ ବର୍ଷର ଯୁକ୍ତ ଦୁଇ ପଢୁଥିବା ନାବାଳକ ଛାତ୍ର ହତ୍ୟାକାରୀ ବୋଲି ଜଣାପଡ଼ିଥିବା ବେଳେ ଫେରାର ମାରିବାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି।

ହତ୍ୟା କରିବା ପରେ ନାବାଳକ ହତ୍ୟାକାରୀ ଖଣ୍ଡଗିରୀ ଥାନାରେ ଆତ୍ମସମର୍ପଣ କରିଛି। ଜଗତ ମାଲିକଙ୍କ ଘର ପାଖାପାଖି ହତ୍ୟାକରୀ ଜଣଙ୍କ ରହୁଥିବା ଜଣାପଡ଼ିଛି। ଗତକାଲି ରାତି ୧୨ଟାରେ ଜଗତ ଘରକୁ ସ୍କୁଟିରେ ଫେରିବା ବେଳେ ଅନ୍ଧାରୁଆ ସ୍ଥାନରେ ଏହି ହତ୍ୟାକାଣ୍ଡ ଘଟିଛି । ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରିଛି ଅଭିଯୁକ୍ତ । ଫଳରେ ଘରଠାରୁ ମାତ୍ର ୧୦୦ ମିଟର ଦୂରତାରେ ଗାଡ଼ିରୁ ତଳକୁ ପଡ଼ିଯାଇଥିଲେ ଜଗତ । ହତ୍ୟାକାରୀ ନାବାଳକ ପୁଅର ବାପା ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ଖଣ୍ଡଗିରି ରଘୁନାଥ ନଗରରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe