ଚର୍ଚ୍ଚାରେ ବହୁ ପ୍ରତୀକ୍ଷିତ ଫିଲ୍ମ 'ବର୍ଡର ୨'

Advertisment

ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ 'ବର୍ଡର ୨'  ଏବେ ଚର୍ଚ୍ଚାରେ ରହିଛି । କାହିଁକି ନା ଅଭିନେତା ଦିଲଜିତ ଦୋସାଞ୍ଜ ଫିଲ୍ଲକି ନେଇ ବଡ ଅପଡେଟ ଦେଇଛନ୍ତି । ଖାଲି ଅପଡେଟ ଦେଇନାହାନ୍ତି ଏକ ପୋଷ୍ଟ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ 'ବର୍ଡର ୨'  ଏବେ ଚର୍ଚ୍ଚାରେ ରହିଛି । କାହିଁକି ନା ଅଭିନେତା ଦିଲଜିତ ଦୋସାଞ୍ଜ ଫିଲ୍ଲକି ନେଇ ବଡ ଅପଡେଟ ଦେଇଛନ୍ତି । ଖାଲି ଅପଡେଟ ଦେଇନାହାନ୍ତି ଏକ ପୋଷ୍ଟ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

DILJIT

Photograph: (KANAKNEWS)

କନକବ୍ୟୁରୋ : ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ 'ବର୍ଡର ୨'  '  ଏବେ ଚର୍ଚ୍ଚାରେ ରହିଛି । କାହିଁକି ନା ଅଭିନେତା ଦିଲଜିତ ଦୋସାଞ୍ଜ ଫିଲ୍ଲକି ନେଇ ବଡ ଅପଡେଟ ଦେଇଛନ୍ତି । ଖାଲି ଅପଡେଟ ଦେଇନାହାନ୍ତି ଏକ ପୋଷ୍ଟ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହି ପୋଷ୍ଟରେ ବରୁଣ ଧାୱନ ଏବଂ ଆହାନ ସେଟ୍ଟିକୁ ଲଡ଼ୁ ଖୁଆଇବା ଏବଂ ପରେ ସେମାନଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି।  ଏହା ସହିତ,  ସେଟ ରେ ଥିବା ଅଭିନେତାଙ୍କୁ ମିଠା ଖୁଆଇଥିବା ଦେଖିବାକୁ ମିଳିଛି ।  ଏଥିସହ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।  
କିନ୍ତୁ ଆପଣମାନେ ଏବେ ଭାବୁଥିବେ ସେ ସେଟ ରେ ମିଠା ଖୁଆଇବାର କଣ କାରଣ ହୋଇପାରେ କିନ୍ତୁ ଏବେ ଆସନ୍ତୁ ଜାଣଇବା ଏହାର କାରଣ ପ୍ରକୃତରେ, ଦିଲଜିତ୍ ଦୋସାଞ୍ଜଙ୍କ ଆଗାମୀ ଫିଲ୍ମ 'ବର୍ଡର ୨'ର ସୁଟିଂ ଶେଷ ହୋଇଛି । ସେଥିପାଇଁ ସେ ସେଟରେ ଏହାକୁ ପାଳନ କରୁଛନ୍ତି । ଦିଲଜିତ୍ ଏହା ବିଷୟରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ, ଅଭିନେତା ପିଲାମାନଙ୍କ ଏବଂ ଫିଲ୍ମର ଟିମ୍ ସହିତ ମିଠା ମଧ୍ୟ ବଣ୍ଟନ କରିଥିଲେ, ଏବଂ ପୃଷ୍ଠଭୂମିରେ ୧୯୯୭ ମସିହାରେ ଆସିଥିବା ଫିଲ୍ମ 'ବର୍ଡର'ର ପ୍ରସିଦ୍ଧ ଗୀତ 'ସାଣ୍ଡସେ ଆତେ ହେ' ବାଜୁଥିଲା ।

ଭିଡିଓ ପୋଷ୍ଟ କରିବା ସମୟରେ ଦିଲଜିତ ତାଙ୍କ କ୍ୟାପସନରେ ଲେଖିଛନ୍ତି,  'ବର୍ଡର ୨'   ର ସୁଟିଂ ଶେଷ ହୋଇଛି। ଫିଲ୍ମରେ ସହିଦ ନିର୍ମଳଜିତ ସିଂହ ସେଖୋନ ଜୀଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି ।' ଦିଲଜିତଙ୍କ ଏହି ପୋଷ୍ଟରେ ବରୁଣ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି , ଅଭିନେତା ରିଲରେ କମେଣ୍ଟ କରି ଲେଖିଛନ୍ତି, 'ପାଜି ଗୋଟିଏ ସଟ୍ ବାକି ଅଛି, ଅନୁରାଗ ଡାକୁଛନ୍ତି ।' ଅନୁରାଗ ସିଂହଙ୍କ ନିର୍ଦ୍ଦେଶିତ  'ବର୍ଡର ୨'  ରେ ବଲିଉଡର ବରିଷ୍ଠ ଅଭିନେତା ସନି ଦେଓଲ , ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ଜେ.ପି. ଦତ୍ତା ଏବଂ ନିଧି ଦତ୍ତା। ଫିଲ୍ମ  'ବର୍ଡର ୨'    ୨୦୨୬ ଜାନୁଆରୀ ୨୩  ରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେହି ସମୟରେ, ଫିଲ୍ମର ଅଭିନେତା ଆହାନ ସେଟ୍ଟି ମଧ୍ୟ ଦିଲଜିତଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଅଭିନେତାଙ୍କ ପାଇଁ ଏକ ନୋଟ୍ ଲେଖିଛନ୍ତି,

'ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଦିଲଜିତ ପାଜୀ। ପ୍ରଥମ ଥର ପାଇଁ ମୁଁ ଆପଣଙ୍କୁ ଭେଟିଥିବା ଭଳି ଲାଗି ନଥିଲା। ଆପଣଙ୍କର ଉଷ୍ମତା, ନମ୍ରତା ଏବଂ ଶକ୍ତି ସେଟରେ ପରିବେଶକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି। ମୁଁ ଆପଣଙ୍କ ଖୁସି ପାଇଁ ଆନ୍ତରିକ ଭାବରେ ପ୍ରାର୍ଥନା କରୁଛି। ଭଗବାନ ଆପଣଙ୍କୁ ସର୍ବଦା ଖୁସି ରଖନ୍ତୁ।'

ସେହି ସମୟରେ, ଫିଲ୍ମର ଅଭିନେତା ଆହାନ ସେଟ୍ଟି ମଧ୍ୟ ଦିଲଜିତଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଅଭିନେତାଙ୍କ ପାଇଁ ଏକ ନୋଟ୍ ଲେଖିଛନ୍ତି, 'ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଦିଲଜିତ ପାଜୀ। ପ୍ରଥମ ଥର ପାଇଁ ମୁଁ ଆପଣଙ୍କୁ ଭେଟିଥିବା ଭଳି ଲାଗି ନଥିଲା। ଆପଣଙ୍କର ଉଷ୍ମତା, ନମ୍ରତା ଏବଂ ଶକ୍ତି ସେଟରେ ପରିବେଶକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି। ମୁଁ ଆପଣଙ୍କ ଖୁସି ପାଇଁ ଆନ୍ତରିକ ଭାବରେ ପ୍ରାର୍ଥନା କରୁଛି। ଭଗବାନ ଆପଣଙ୍କୁ ସର୍ବଦା ଖୁସି ରଖନ୍ତୁ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe